ଆକ୍ରମଣ ଭୟରେ ବେଲ୍ ଦେଉନାହାନ୍ତି ବିଚାରପତି: CJI - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 20, 2022

ଆକ୍ରମଣ ଭୟରେ ବେଲ୍ ଦେଉନାହାନ୍ତି ବିଚାରପତି: CJI

ନୂଆଦିଲ୍ଲୀ: ‘ଟାର୍ଗେଟ୍ ଭୟରେ ଦୋଷୀଙ୍କୁ ବେଲ୍ ଦେବାକୁ ଡରୁଛନ୍ତି ବିଚାରପତି। ଜଜ୍‌ମାନେ କୁଣ୍ଠାବୋଧ କରୁଛନ୍ତି।’ଏଭଳି କିଛି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ।

ଶନିବାର ବାର କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ‘ଦୋଷୀମାନଙ୍କୁ ବେଲ୍ ଦେବା ପାଇଁ ବିଚାରପତିମାନେ କୁଣ୍ଠାବୋଧ କରୁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟରେ ବେଲ୍ ଆବେଦନ ପତ୍ର ସଂଖ୍ୟା ବଢ଼ିଗଲାଣି। କାରଣ ଜଘନ୍ୟ ମାମଲାରେ ଅଭିଯୁକ୍ତ ଥିବା ଦୋଷୀଙ୍କୁ ଜାମିନ ମିଳିଳେ କାଳେ ଆକ୍ରମଣ କରାଯିବ। ଏହି ଭୟରେ ତ୍ରୁଣମୂଳସ୍ତରରେ ବିଚାରପତିମାନେ ଜାମିନ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।’

ଉଲ୍ଲେଖଯୋଗ୍ୟ, ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ ଡିୱାଇ ଚନ୍ଦ୍ରଚୂଡ। ତାଙ୍କ କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ରହିଛି। ନଭେମ୍ବର ୯ ତାରିଖରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଅବସର ନେବା ପରେ ଚନ୍ଦ୍ରଚୂଡ଼ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଥିଲେ।

The post ଆକ୍ରମଣ ଭୟରେ ବେଲ୍ ଦେଉନାହାନ୍ତି ବିଚାରପତି: CJI appeared first on Odisha Reporter.



from Odisha Reporter https://ift.tt/3ZlrJFt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages