ଅଟୋରିକ୍ସା ବିସ୍ଫୋରଣ ପଛରେ ଆତଙ୍କବାଦୀ ଲିଙ୍କ୍: ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 19, 2022

ଅଟୋରିକ୍ସା ବିସ୍ଫୋରଣ ପଛରେ ଆତଙ୍କବାଦୀ ଲିଙ୍କ୍: ପୁଲିସ

ବେଙ୍ଗାଲୁରୁ: ଶନିବାର ଅଟୋରିକ୍ସା ହୋଇଥିବା ବିସ୍ଫୋରଣ ଘଟଣା ସାଧାରଣ ନଥିଲା। ଏହା ପଛରେ ଆତଙ୍କବାଦ ଷଡଯନ୍ତ୍ର ଥିଲା। ଏଭଳି କିଛି ଖୁଲାସା କରିଛି କର୍ଣ୍ଣାଟକ ପୁଲିସ।

ଶନିବାର ଉପକୂଳବର୍ତ୍ତୀ କର୍ଣ୍ଣାଟକ ମାଙ୍ଗାଲୁରୁରେ ଏକ ଅଟୋରିକ୍ସାରେ ବୟଙ୍କର ବିସ୍ଫୋରଣ ଘଟିଥିଲା। ତେବେ ଏହା କୌଣସି ଦୁର୍ଘଟଣା ଘଟିଥିଲା। ରାଜ୍ୟକୁ ଦୋହଲାଇବା ପାଇଁ ଆତଙ୍କବାଦୀଙ୍କ ଏହା ସୁଚିନ୍ତିତ ଷଡଯନ୍ତ୍ର ଥିଲା ବୋଲି ରାଜ୍ୟ ପୁଲିସ ମୁଖ୍ୟ କହିଛି।

କର୍ଣ୍ଣାଟକ ଡିଜିପି ପ୍ରବୀଣ ସୂଦ ଟୁଇଟ୍ କରି କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ସହ ରାଜ୍ୟ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସେ କହିଛନ୍ତି ଘଟଣାକୁ ନେଇ ବର୍ତ୍ତମାନ ସୁନିଶ୍ଚିତ ହୋଇଛି ଯେ ଏହି ବିସ୍ଫୋରଣ ସଂଯୋଗ ବଶତଃ ନଥିଲା। ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା। ଭୟଙ୍କର କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା।

ସେପଟେ ଏହି ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ସବୁ ରାଜ୍ୟ ପୁଲିସକୁ ସହଯୋଗ କରୁଥିବା କଥା କର୍ଣ୍ଣାଟକ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ମଧ୍ୟ ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଗତକାଲି ମାଙ୍ଗାଲୁରୁରେ ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ରାଜ୍ୟ ପୁଲିସ ବ୍ୟାପକ ତଦନ୍ତ ଆରମ୍ଭ କରିଛି। ଏହା ଆତଙ୍କବାଦ ସହ ଜଡ଼ିତ କାଣ୍ଡ ବୋଲି ସନ୍ଦେହ ହେଉଛି। ରାଜ୍ୟ ପୁଲିସଙ୍କ ସହିତ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ମଧ୍ୟ ଯୋଗ ଦେଇଛନ୍ତି।

ସୂଚନା ଅନୁସାରେ, ବିସ୍ଫୋରଣ ହୋଇଥିବା ଅଟୋରିକ୍ସା ଭିତରୁ ପୁଲିସ ବ୍ୟାଟେରୀ ଥିବା ଏକ ପୋଡା ପ୍ରେସର କୁକର୍ ମଧ୍ୟ ଜବତ କରିଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ମାଙ୍ଗାଲୁରୁରେ ନିର୍ମାଣଧୀନ କୋଠା ନିକଟ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଅଟୋରେ ନିଆଁ ଲାଗିଯିବା ସହିତ ଧୂଆଁ ବାହାରିଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ। ଆହତ ଦୁଇ ଜଣ ହେଲେ ଅଟୋ ଡ୍ରାଇଭର ଓ ଯାତ୍ରୀ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଯାତ୍ରୀଙ୍କ ବେଗ୍‌ରେ ଥିବା ସନ୍ଦେହଜନକ ବସ୍ତୁ ବିସ୍ଫୋରଣ କାରଣ ବୋଲି ଅଟୋ ଡ୍ରାଇଭର ସୂଚନା ଦେଇଛନ୍ତି।

ସେପଟେ ଘଟଣାର କାରଣ ଜାଣିବା ଲାଗି ଘଟଣାସ୍ଥଳକୁ ଫୋରେନ୍‌ସିକ୍ ସାଇନ୍‌ସ୍ ଲ୍ୟାବ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲା।

The post ଅଟୋରିକ୍ସା ବିସ୍ଫୋରଣ ପଛରେ ଆତଙ୍କବାଦୀ ଲିଙ୍କ୍: ପୁଲିସ appeared first on Odisha Reporter.



from Odisha Reporter https://ift.tt/wQ7Dz3j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages