ପର୍ତ୍ତୁଗାଲକୁ ହରାଇଲା କୋରିଆ: ବିଶ୍ୱକପରୁ ଉରୁଗୁଏ ବିଦା, ବ୍ରାଜିଲ ବି ହାରିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 2, 2022

ପର୍ତ୍ତୁଗାଲକୁ ହରାଇଲା କୋରିଆ: ବିଶ୍ୱକପରୁ ଉରୁଗୁଏ ବିଦା, ବ୍ରାଜିଲ ବି ହାରିଲା

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ କମାଲ କରିଛି ଆଉ ଗୋଟିଏ ଏସୀୟ ଦେଶ। କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଶକ୍ତିଶାଳୀ ପର୍ତ୍ତୁଗାଲକୁ ଅପ୍ରତ୍ୟାଶିତ ତଥା ଶେଷ ସମୟରେ(୯୦+୧) ୨-୧ରେ ମାତ ଦେଇ ଦକ୍ଷିଣ କୋରିଆ ରାଉଣ୍ଡ ଅଫ ୧୬ରେ ପହଞ୍ଚି ଯାଇଛି। କୋରିଆର ଏହି ବିଜୟ ଯୋଗୁ ଲୁଇସ ସୁରେଜଙ୍କ ଉରୁଗୁଏ ଶେଷ ମ୍ୟାଚ୍‌ ଜିତି ମଧ୍ୟ ୨୦୦୨ ପରେ ପ୍ରଥମଥର ପାଇଁ ବିଶ୍ୱକପର ନକଆଉଟରେ ପହଞ୍ଚିବାକୁ ଅକ୍ଷମ ହୋଇଛି।

ପର୍ତ୍ତୁଗାଲକୁ କୋରିଆ ଓ ଘାନାକୁ ଉରୁଗୁଏ ହରାଇବା ପରେ ଉଭୟ ଦଳର ପଏଣ୍ଟ ସଂଖ୍ୟା ୪-୪ ରହିଥିଲା। ତେବେ ଗୋଲ ବ୍ୟବଧାନରେ କୋରିଆ ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। ବିଶ୍ୱକପର ଗ୍ରୁପ ପର୍ଯ୍ୟାୟର ୩ଟି ମ୍ୟାଚ୍‌ରେ କୋରିଆ ୪ଟି ଗୋଲ ସ୍କୋର କରିଥିବା ବେଳେ ଉରୁଗୁଏ କେବଳ ୨ଟି ଗୋଲ କରିଥିଲା। ତେଣୁ ଏହି ଆଧାରରେ କୋରିଆ ପରବର୍ତ୍ତୀ ରାଉଣ୍ଡକୁ ଯାଇଛି।

ପୂର୍ବରୁ ପର୍ତୁଗାଲ୍‌ ଲଗାତାର ୨ଟି ମ୍ୟାଚ୍‌ ଜିତି ଗ୍ରୁପ୍‌ ଏଚ୍‌’ରୁ ପ୍ରଥମ ଦଳ ଭାବେ ରାଉଣ୍ଡ ୧୬କୁ ଯୋଗ୍ୟତା ଅର୍ଜନ କରି ସାରିଥିଲା। ଫଳରେ ଶେଷ ମ୍ୟାଚ୍‌ ହାରିବା ସତ୍ତ୍ୱେ ପର୍ତ୍ତୁଗାଲ ପ୍ରଥମ ସ୍ଥାନରେ ରହିଛି। ଏବେ ପ୍ରି-କ୍ୱାର୍ଟର ଫାଇନାଲରେ ପର୍ତ୍ତୁଗାଲର ମୁକାବିଲା ସ୍ୱିଜରଲ୍ୟାଣ୍ଡ ସହ ଓ କୋରିଆର ମୁକାବିଲା ବିଶ୍ୱର ୧ନଂ ଦଳ ବ୍ରାଜିଲ ସହ ହେବ।

ଶୁକ୍ରବାର ବିଳମ୍ବିତ ରାତିର ଆଉ ଦୁଇଟି ମ୍ୟାଚ୍‌ ମଧ୍ୟ ଖେଳା ଯାଇଥିଲା। ଗୋଟିଏ ମ୍ୟାଚ୍‌ରେ ସର୍ବିୟା ଓ ସ୍ୱିଜରଲାଣ୍ଡ୍‌ ମୁହାଁମୁହିଁ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚ୍‌ରେ ବ୍ରାଜିଲ ଓ କାମେରୁନ୍‌ ଲଢ଼େଇ କରିଥିଲେ। ଏହି ଦୁଇ ମ୍ୟାଚ୍‌ ପରେ ଫିଫା ଫୁଟବଲ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୪୮ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଶ୍ରେ‌ଷ୍ଠ ୧୬ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଯାଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୫ ଥର ବି‌ଜେତା ବ୍ରାଜିଲକୁ ଅପ୍ରତ୍ୟାଶିତ ଭାବେ ୧-୦ ଗୋଲ୍‌ରେ କାମେରୁନ ପରାସ୍ତ କରିଛି। ତଥାପି କାମେରୁନ ପରବର୍ତ୍ତୀ ରାଉଣ୍ଡକୁ ଯାଇପାରିନି। ବ୍ରାଜିଲ ପୂର୍ବରୁ ଲଗାତର ୨ଟି ମ୍ୟାଚ୍‌ ଜିତି ରାଉଣ୍ଡ ୧୬ରେ ନିଜର ସ୍ଥାନ ପକ୍କା କରି ନେଇଥିଲା। ତେଣୁ ଏହି ପରାଜୟ ଦଳ ଉପରେ କୌଣସି ପ୍ରଭାବ ପକାଇ ନାହିଁ।

ଅନ୍ୟପକ୍ଷରେ ୩ ଥରର ବିଶ୍ୱକପ କ୍ୱାର୍ଟର ଫାଇନାଲିଷ୍ଟ ସ୍ୱିଜରଲାଣ୍ଡ୍‌ ୩-୨ରେ ୨ ଥରର ସେମିଫାଇନାଲିଷ୍ଟ ସର୍ବିୟାକୁ ହରାଇ ଦେଇଛି। ଏହି ବିଜୟ ସହ ସ୍ୱିଜରଲ୍ୟାଣ୍ଡ ଗ୍ରୁପ ଜି’ରୁ ଦ୍ୱିତୀୟ ଦଳ ଭାବେ ନକଆଉଟ ପର୍ଯ୍ୟାୟକୁ ଯାଇଛି।

ଆଜିଠାରୁ ନକ୍‌ଆଉଟ୍‌ ମୁକାବିଲା ଆରମ୍ଭ ହେବ। ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଓ ଆମେରିକା ଲଢ଼ିବେ। ଏହାପରେ ରାତି ୧୨.୩୦ରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ।

The post ପର୍ତ୍ତୁଗାଲକୁ ହରାଇଲା କୋରିଆ: ବିଶ୍ୱକପରୁ ଉରୁଗୁଏ ବିଦା, ବ୍ରାଜିଲ ବି ହାରିଲା appeared first on Odisha Reporter.



from Odisha Reporter https://ift.tt/I3KBJVT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages