ମୁମ୍ବାଇ: ଡିସେମ୍ବର ୯ ତାରିଖରୁ ମୁମ୍ବାଇରେ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ। ଏହି ସିରିଜ ପାଇଁ ଆଜି ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ତେବେ ଆହତ ସମସ୍ୟା ପାଇଁ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି ଭାରତୀୟ ମହିଳା ଦଳର ଅଲରାଉଣ୍ଡର ପୂଜା ବସ୍ତ୍ରକର। ସେହିପରି ଅପସ୍ପିନର ସ୍ନେହ ରାଣା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସ୍କ୍ୱାଡରେ ସ୍ଥାନ ପାଇନାହାନ୍ତି।
ବିସିସିଆଇ ଗୋଟିଏ ବିବୃତିରେ କହିଛି ଯେ ୨୩ ବର୍ଷୀୟ ବସ୍ତ୍ରକର ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ତାଙ୍କୁ ନାଁକୁ ଚୟନ ପାଇଁ ବିଚାରକୁ ନିଆଯାଇ ନାହିଁ। ସେହିପରି ଏସିଆ କପ ଜିତିଥିବା ଭାରତୀୟ ଟିମ୍ରେ ଥିବା ସ୍ନେହ ରାଣା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି।
ଅଲ ଇଣ୍ଡିଆ ୱମେନ ଚୟନ କମିଟି ନୂଆ ମୁହଁ ଭାବେ ଅଞ୍ଜଳୀ ଶ୍ରାବଣୀଙ୍କୁ ସୁଯୋଗ ଦେଇଛି। ସେହିପରି ଦେବୀକା ବୈଦ୍ୟଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିଛି। ନୀତୁ ଡାଭିଡ୍ଙ୍କ ନେତୃତ୍ୱାଧୀନ ପ୍ୟାନେଲ ମୋନିକା ପଟେଲ, ଅରୁନ୍ଧତି ରେଡ୍ଡୀ, ଏସ୍ବି ପୋଖରକର ଓ ସିମରନ ବାହାଦୂରଙ୍କୁ ନେଟ ବୋଲର୍ସ ଭାବେ ଚୟନ କରିଛି।
ଭାରତ ଓ ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍((୯ ଓ ୧୧ ଡିସେମ୍ବର) ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ବାକି ୩ଟି ଯାକ ମ୍ୟାଚ୍ (୧୪,୧୭ ଓ ୨୦ ଡିସେମ୍ବର) ସିସିଆଇରେ ଅନୁଷ୍ଠିତ ହେବ।
ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତକୁ ହରାଇ ଅଷ୍ଟ୍ରେଲିଆର ମହିଳା ଦଳ ଐତିହାସିକ ସ୍ୱର୍ଣ୍ଣ ପଦକ ହାତେଇଥିଲା। ଏବେ ଏହାର ବଦଲା ନେବାକୁ ଭାରତ ପାଖରେ ସୁଯୋଗ ରହିଛି। ଏଥିସହ ଆସନ୍ତା ଫେବୃଆରୀ ମାସରୁ ଦକ୍ଷିଣ ଆଫ୍ରିକାରେ ଟି-୨୦ ମହିଳା ବିଶ୍ୱକପ ଆରମ୍ଭ ହେବ। ତେଣୁ ଏଥିପାଇଁ ଦଳ ପ୍ରସ୍ତୁତି କରିବାର ସୁଯୋଗ ପାଇବ।
ଭାରତୀୟ ଟି-୨୦ ସ୍କ୍ୱାଡ: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା(ଉପ ଅଧିନାୟକ), ଶେଫାଳୀ ବର୍ମା, ୟାସ୍ତିକ ଭାଟିଆ, ଜେମିମା ରୋଡ୍ରିଗସ, ଦୀପ୍ତି ଶର୍ମା, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ରେଣୁକା ସିଂହ ଠାକୁର, ମେଘନା ସିଂହ, ଅଞ୍ଜଳୀ ଶ୍ରାବଣୀ, ଦେବୀବା ବୈଦ୍ୟ, ଏସ ମେଘନା, ରିଚା ଘୋଷ ଓ ହାରଲୀନ ଦେଓଲ।
The post ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ଦଳ appeared first on Odisha Reporter.
from Odisha Reporter https://ift.tt/gOCtqay
No comments:
Post a Comment