ନୂଆଦିଲ୍ଲୀ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଖୋଲୁଛି ନୂଆ ନୂଆ ଗୁମର। ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ ହେବାରୁ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ସାଥୀ-ଅଭିନେତା ଶିଜାନ୍ ମହମ୍ମଦ୍ ଖାଁଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ପରେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରୁଛି ପୁଲିସ। ତେବେ ଜେରା ବେଳେ ଶିଜାନ୍ ମହମ୍ମଦ୍ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକରଙ୍କ ହତ୍ୟାକାଣ୍ଡ ମାମଲାରେ ଶିଜାନ୍ ମହମ୍ମଦ୍ ଏତେ ବିବ୍ରତ ହୋଇପଡ଼ିଥିଲେ ଯେ, ସେ ତୁନିଶାଙ୍କ ସହ ବ୍ରେକଅପ କରିବାକୁ ବାଧ୍ୟ ହୋଇଥିଲେ। ପୁଲିସ ହେପାଜତରେ ଥିବା ଶିଜାନ୍ ମହମ୍ମଦ୍ ପ୍ରଥମ ଦିନରେ ମହାରାଷ୍ଟ୍ର ପୁଲିସକୁ କହିଛନ୍ତି ଯେ, ଶ୍ରଦ୍ଧା ୱାକର ମାମଲାରେ ପ୍ରତିକ୍ରିୟା ଦେଖିବା ପରେ ସେ ତୁନିଶା ଶର୍ମାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ।
ସେହିପରି ତୁନିଶା ଅନ୍ୟ ସମ୍ପ୍ରଦାୟ ହୋଇଥିବାରୁ ସେ ତାଙ୍କ ଜୀବନରୁ ଦୂରେଇ ଯିବାକୁ କହିଥିଲେ। ଏଥିସହ ଉଭୟଙ୍କ ମଧ୍ୟରେ ବୟସ ତାରତମ୍ୟ ମଧ୍ୟ ରୁହଛି। ପୁଲିସ ସୂତ୍ରରୁ ସୂଚନା ଅନୁଯାୟୀ, ଶିଜାନ୍ ମହମ୍ମଦ୍ଙ୍କୁ ୨୮ ବର୍ଷ ହୋଇଥିବା ବେଳେ ତୁନିଶାଙ୍କକୁ ୨୦ ବର୍ଷ। କିନ୍ତୁ ବହୁ ବୁଝେଇବା ସତ୍ତ୍ୱେ ତୁନିଶା କାହିଁକି ଆତ୍ମହତ୍ୟା କଲେ ତାହା ଶିଜାନ୍ ମହମ୍ମଦ୍ଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି।
ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ପୁଲିସ ଜବତ କରି ନାହିଁ। ଶିଜାନ୍ ମହମ୍ମଦ୍ ପୁଲିସକୁ କହିଛନ୍ତି ଯେ, ସମ୍ପର୍କ ଭାଙ୍ଗିଯିବାର ପରେ ତୁନିଶା ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ମୁଁ ତାଙ୍କୁ ସେତେବେଳେ ବଞ୍ଚାଇ ଦେଇଥିଲି। ଆଉ ତୁନିଶାଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ତାଙ୍କ ମାଙ୍କୁ କହିଦେଇଥିଲି। ଉଲ୍ଲେଖଯୋଗ୍ୟ, ତୁନିଶା ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ରେ କାମ କରୁଥିଲେ। ଏହାର ସୁଟିଂ ପାଇଁ ସେ ମୁମ୍ବାଇରେ ଥିବା ତାଙ୍କ ଧାରାବାହିକର ସୁଟିଂ ସେଟ୍କୁ ଯାଇଥିଲେ।
ହେଲେ ସେଟକୁ ଯିବା ପରେ ସେ ନିଜ ମେକଅପ ରୁମକୁ ଯାଇ ଆତ୍ମହତ୍ୟା କରିଥିଲେ। ମାତ୍ର ୨୦ବର୍ଷ ବୟସରେ ତୁନିଶାଙ୍କ ଏଭଳି ନିଷ୍ପତ୍ତି ନେବାଟା ସମସ୍ତଙ୍କୁ ଦୋହଲାଇ ଦେଇଛି। ତୁନିଶାଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ମା’ ଶିଜାନ୍ ମହମ୍ମଦ୍ଙ୍କୁ ଦାୟୀ କରିଥିଲେ। ଫଳରେ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ କରି ଶିଜାନ୍ ମହମ୍ମଦ୍ ଖାଁଙ୍କୁ ଗିରଫ କରିଥିଲା ପୁଲିସ। ଅନ୍ୟପଟେ ତୁନିଶାଙ୍କ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଗିରୀଶ ମହାଜନ । ତୁନିଶାଙ୍କ ମୃତ୍ୟୁକୁ ସେ ଲଭ୍ ଜିହାଦ ସହ ଯୋଡ଼ିଛନ୍ତି । ଏହା ଏକ ଲଭ୍ ଜିହାଦ ମାମଲା ଏବଂ ପୁଲିସ ଏହାର ତଦନ୍ତ କରୁଛି । ଏଭଳି ମାମଲା ଦିନକୁ ଦିନ ବଢ଼ୁଥିବା ଦେଖୁଛୁ ଏବଂ ଏହା ବିରୋଧରେ କଠୋର ଆଇନ୍ ଆଣିବା ଉପରେ ବିଚାର ଚାଲିଥିବା ମନ୍ତ୍ରୀ କହିଛନ୍ତି ।
The post ଶ୍ରଦ୍ଧା ମର୍ଡ଼ର ଘଟଣା ତୁନିଶାଙ୍କ ସହ ବ୍ରେକଅପ୍ କରିବାକୁ ବାଧ୍ୟ କରିଥିଲା : ଶିଜାନ୍ ମହମ୍ମଦ୍ appeared first on Odisha Reporter.
from Odisha Reporter https://ift.tt/RQrIn2V
No comments:
Post a Comment