ଗରିବଙ୍କ କଥା କହି ଶୀତବସ୍ତ୍ର ପିନ୍ଧୁ ନାହାନ୍ତି ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 26, 2022

ଗରିବଙ୍କ କଥା କହି ଶୀତବସ୍ତ୍ର ପିନ୍ଧୁ ନାହାନ୍ତି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଭୀଷଣ ଥଣ୍ଡାରେ ସାରା ଉତ୍ତରଭାରତ ଥରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭିନ୍ନ ଠାଣିରେ ଦେଖିବାକୁ ମିଳିଛି। ଶୀତର ପ୍ରକୋପକୁ ଖାତିର ନକରି ମାତ୍ର ଏକ ଟିସାର୍ଟରେ ସେ ଆଜି ଦିଲ୍ଲୀରେ ମହାତ୍ମା ଗାନ୍ଧି ଏବଂ ଏବଂ ବହୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସବୁ ସ୍ମାରକୀ ପରିକ୍ରମା ବେଳେ ସେ ଖାଲିପାଦରେ ଚାଲିଥିବା ଦେଖିବାକୁ ମିଳିଥିଲା। ଗତସପ୍ତାହରେ ରାହୁଲ ଗାନ୍ଧି ଦେଶର ଯେଉଁ  ଗରିବ ଲୋକମାନେ ଶୀତବସ୍ତ୍ର କିଣିବାକୁ ସକ୍ଷମ ନୁହନ୍ତି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା କଥା ଉଠାଇଥିଲେ। ରାହୁଲ କହିଛନ୍ତି ଯେ, ସେ ଦିଲ୍ଲୀରେ କେବଳ ଏକ ଟି-ସାର୍ଟ ପିନ୍ଧି ବୁଲୁଥିବା ବେଳେ ଗଣମାଧ୍ୟମ ତାଙ୍କୁ ସେଇ ପ୍ରଶ୍ନ କରୁ଼ଛି କିନ୍ତୁ ଦେଶର ଯେଉଁ ନିରାଶ୍ରୟ ବ୍ୟକ୍ତିମାନେ ଶୀତବସ୍ତ୍ର କିଣିବାକୁ ଅକ୍ଷମ ସେମାନଙ୍କୁ ସେଇ ପ୍ରଶ୍ନ ପଚାରେନି। ମୁଖ୍ୟତଃ ଚାଷୀ ଭାଇ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ଅତି ସଙ୍ଗିନ।  ସେ କହିଛନ୍ତି ଯେ, ମୁଁ ୨୮୦୦ କିଲୋମିଟର ଚାଲିଛି। କିନ୍ତୁ ମୋର ବିଶ୍ୱାସ ଯେ, ଏହା ବଡ କଥା ନୁହେଁ।

କୃଷକମାନେ ପ୍ରତିଦିନ ଅନେକ ବାଟ ଚାଲୁଛନ୍ତି। ସେହିପରି ପରି କୃଷି ଶ୍ରମିକ, କଳକାରଖାନା  ଶ୍ରମିକ ଏବଂ ସାଧାରଣ ଶ୍ରମିକମାନେ ସମାନ ପରିଶ୍ରମ କରନ୍ତି। ଶନିବାର ଦିଲ୍ଲୀର ଲାଲକିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରାରେ ଭାଷଣ ଦେଇ ଏହା କହିଛନ୍ତି ରାହୁଲ ଗାନ୍ଧି।

ଆଜି ସେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମାରକୀ ତଥା ଶକ୍ତିସ୍ଥଳ ମଧ୍ୟ ପରିଦର୍ଶନ କରିଛନ୍ତି। ଏହି ଅବସରରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସ୍ମୃତି ବିଜୟ ଘାଟ ପରିଦର୍ଶନ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ସ୍ମୃତି ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

The post ଗରିବଙ୍କ କଥା କହି ଶୀତବସ୍ତ୍ର ପିନ୍ଧୁ ନାହାନ୍ତି ରାହୁଲ ଗାନ୍ଧି appeared first on Odisha Reporter.



from Odisha Reporter https://ift.tt/E6XCzgh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages