ସମସ୍ତଙ୍କୁ ଚକିତ ଓ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ପ୍ରସ୍ତୁତି କରୁଥିବା ବେଳେ ହଠାତ୍ ଆଖି ଖୋଲି ସମସ୍ତଙ୍କୁ ଜଳକା କରି ଦେଇଛନ୍ତି ଜରେ ୧୦୨ ବର୍ଷୀୟ ବୃଦ୍ଧା। ଡାକ୍ତର ମୃତ ଘୋଷଣା କରିବା ପରେ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କରାଯାଉଥିଲା। ତେବେ ଏହି ସମୟରେ ସେ ନିଜ ଶରୀରକୁ ହଲାଇବା ସହ ଧୀରେଧୀରେ ଆଖି ଖୋଲି ଜୀବିତ ଥିବା ସମସ୍ତଙ୍କୁ ଜଣାଇଛନ୍ତି। ଏହା ଦେଖି ପରିବାର ଲୋକ ସ୍ତବ୍ଧ ହେବା ସହ ବୃଦ୍ଧାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।
ଉତ୍ତରାଖଣ୍ଡର ରୁରକୀ ଅନ୍ତର୍ଗତ ନରସାନ୍ ଖୁର୍ଦରେ ରହୁଥିବା ବିନୋଦଙ୍କ ୧୦୨ ବର୍ଷୀୟ ମା’ ଜ୍ଞାନ ଦେବୀ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ମଙ୍ଗଳବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ସହ ସେ ଚେତା ହରାଇଥିଲେ। ଏହା ଦେଖି ପରିବାର ଲୋକ ଡାକ୍ତରଙ୍କୁ ଖବର ଦେଇଥିଲେ। ଡାକ୍ତର ଯାଞ୍ଚ କରିବା ପରେ ଜ୍ଞାନ ଦେବୀଙ୍କୁ ମୃତ ଘୋଷଣା କରିଥିଲେ।
ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାର ହେବା ପରେ ପରିବାର ଓ ଆଖପାଖ ଲୋକ ଦୁଃଖରେ ଭାଙ୍ଗି ପଡ଼ିବା ସହ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରିବାର ଲୋକ ରାଜ୍ୟର ବିଭିନ୍ନ ସ୍ଥାନରେ ରହୁଥିବା ସମ୍ପର୍କୀୟମାନଙ୍କୁ ମଧ୍ୟ ମୃତ୍ୟୁ ଖବର ଦେଇଥିଲେ।
ସମସ୍ତେ ଏକାଠି ହୋଇ ବୃଦ୍ଧାଙ୍କୁ ଅନ୍ତିମ ଯାତ୍ରାରେ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ତାଙ୍କ ଶରୀର ଥରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ଧୀରେଧୀରେ ନିଜର ଆଖି ମଧ୍ୟ ଖୋଲିଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏହି ଚମତ୍କାରକୁ ବିଶ୍ୱାସ କରିପାରି ନଥିଲେ।
ଜ୍ଞାନ ଦେବୀଙ୍କ ପୁଅ ବିନୋଦ କହିଛନ୍ତି, “ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ପକ୍ଷରୁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା। ଆମେ ମା’ଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ନେବାକୁ ମଧ୍ୟ ବାହାରିଥିଲୁ। କିନ୍ତୁ ହଠାତ୍ ଦେଖିବାକୁ ପାଇଥିଲୁ ଯେ ମା’ଙ୍କ ଶରୀରର ଥରୁଛି। ଏହାପରେ ସେ ଆଖି ବି ଖୋଲିଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଖୁସିରେ ଆତ୍ମବିଭୋର ହୋଇ ଉଠିଥିଲେ।”
ଜ୍ଞାନ ଦେବୀ ତାଙ୍କ ପରିବାରରେ ନୁହେଁ ପୂରା ଗାଁରେ ବ୍ୟେଜୈଷ୍ଠ ମହିଳା। ସେ ଜୀବିତ ଥିବା ଜଣାପଡ଼ିବା ପରେ ପୂରା ଗାଁରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଚେତା ଫେରିବା ପରେ ଜ୍ଞାନ ଦେବୀ ସ୍ୱାଭାବିକ ଭାବେ କଥାବାର୍ତ୍ତା କରିବା ସହ ଖାଦ୍ୟ ମଧ୍ୟ ଖାଇଥିବା ବିନୋଦ କହିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/A3eKgS0
No comments:
Post a Comment