ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଆସିଛି ନୂଆ ଟ୍ୱିଷ୍ଟ। ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଲେଖିଥିବା ହାତଲେଖା ଚିଠି ପାଇଖାନା ଟାଙ୍କିରୁ ମିଳିଛି। ୧୨ ଖଣ୍ଡର ହାତ ଲେଖା କାଗଜ ଝାରସୁଗୁଡ଼ା ବିମାନବନ୍ଦର ଥାନାର ସେଫ୍ଟଟି ଟାଙ୍କିରୁ ମିଳିଥିବା ସୂଚନା ମିଳିଛି। ଗୋପାଳ ନିଜେ ଏହି ଚିଠି ଲେଖିଥିବା ମାନିଛି। ନାଲି ରଙ୍ଗରେ ଏହି ଚିଠି ଲେଖାଯାଇଛି। ଇଂରାଜୀ ଏବଂ ଓଡ଼ିଆରେ ଏସବୁ ଲେଖାଯାଇଛି। ତେବେ ଚିଠିରେ କ’ଣ ଉଲ୍ଲେଖ ରହିଛି ତାହା ଜଣାପଡ଼ିନାହିଁ।
ଗତକାଲି କ୍ରାଇମବ୍ରାଞ୍ଚ ଗୋପାଳକୁ ମାରାଥନ ଜେରା କରିବା ବେଳେ ସତ ଓଗାରିଥିଲା। ସେ ନବଦାସଙ୍କୁ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଏକ ଚିଠି ଲେଖିଥିବା କ୍ରାଇମବ୍ରାଞ୍ଚ ଆଗରେ କହିଥିଲା। ସେ ଚିଠିକୁ ସେ ଝାରସୁଗୁଡ଼ା ବିମାନବନ୍ଦର ଥାନାର ସେଫ୍ଟଟି ଟ୍ୟାଙ୍କିରେ ଫ୍ଲସ୍ କରି ଦେଇଥିବା କହିଥିଲା।।
ଏହି ଚିଠିକୁ ଖୋଜିବାକୁ ଏଡିଜି ଅରୁଣ ବୋଥ୍ରା, ସମ୍ବଲପୁର ଆଇଜି ଅରୁଣ କୁମାର, ଝାରସୁଗୁଡା ଏସ୍ପିଙ୍କ ସମେତ ପୁଲିସ୍ ଟିମ୍ ଗତକାଲି ରାତିରେ ମିଡ୍ ନାଇଟ୍ ଅପରେସନ କରିଥିଲେ। ରାତିରେ ସଫେଇ କର୍ମଚାରୀଙ୍କୁ ଡାକି ପାଇଖାନା ଟାଙ୍କି ଖୋଲାଯାଇଥିଲା। ୩ ଘଣ୍ଟା ଧରି ସେଫ୍ଟଟି ଟ୍ୟାଙ୍କିକୁ ଖୋଲି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିଥିଲା।
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି କ୍ରାଇମବ୍ରାଞ୍ଚ। ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଅନ୍ୟ ଅଧିକାରୀମାନେ ଗୋପାଳକୁ ମାରାଥନ୍ ଜେରା କରିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LnfARtq
No comments:
Post a Comment