ଇଡି ରେଡ୍‌ ପରେ ତେଜସ୍ୱୀ ଯାଦବଙ୍କୁ ସମନ କଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 11, 2023

ଇଡି ରେଡ୍‌ ପରେ ତେଜସ୍ୱୀ ଯାଦବଙ୍କୁ ସମନ କଲା ସିବିଆଇ

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ଲୋକଙ୍କ ପିଛା ଛାଡ଼ୁ ନାହାନ୍ତି କେନ୍ଦ୍ରୀୟ ଏଜେନ୍ସି। ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ସିବିଆଇ ଲାଲୁଙ୍କ ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ହାଜର ହେବାକୁ ସମନ କରିଛି। ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ ଯାଏ ଇଡି ପକ୍ଷରୁ ତେଜସ୍ୱୀ ଓ ତାଙ୍କ ଭଉଣୀମାନଙ୍କ ଘରେ ରେଡ୍ କରିଥିଲା। ଇଡି ଅଧିକାରୀଙ୍କ ରେଡ୍‌ ପରେ ସିବିଆଇ ତାଙ୍କୁ ସମନ କରି ଆଜି ହିଁ ଜେରା ପାଇଁ ହାଜର ହେବାକୁ ନୋଟିସ କରିଛି।

ଏହା ପୂର୍ବରୁ ମଧ୍ୟ ସିବିଆଇ ସମାନ ଘଟଣାରେ ତେଜସ୍ୱୀଙ୍କୁ ମାର୍ଚ୍ଚ ୪ରେ ହାଜର ହେବାକୁ କହିଥିଲେ। କିନ୍ତୁ ସେ ତଦନ୍ତକାରୀ ସଂସ୍ଥାକୁ କିଛି ଦିନ ସମୟ ମାଗିଥିଲେ। ଏବେ ସିବିଆଇ ଆଜି ତାଙ୍କୁ ହାଜର ହେବାକୁ ସମନ କରିଛି।

ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ସିବିଆଇ ଦିନ ୧୦ଟାରୁ ୧୧ଟା ମଧ୍ୟରେ ହାଜର ହେବାକୁ କହିଥିଲା। ହେଲେ ସେ ଏଯାଏ ସିବିଆଇ ମୁଖ୍ୟାଳୟରେ ହାଜର ହୋଇନାହାନ୍ତି। ନିକଟରେ ସିବିଆଇ ଜବ ଫର ଲ୍ୟାଣ୍ଡ ସ୍କାମ ଘଟଣାରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ଜେରା କରିଥିଲା।

ମାର୍ଚ୍ଚ ୭ରେ ପୂର୍ବତନ ରେଳମନ୍ତ୍ରୀ ଲାଲୁଙ୍କୁ ସିବିଆଇ ୫ ଘଣ୍ଟା ଧରି ପାଣ୍ଡରା ରୋଡରେ ଥିବା ଝିଅ ମିଶା ଭାରତୀଙ୍କ ଘରେ ପ୍ରାୟ ୫ ଘଣ୍ଟା ଧରି ଜେରା କରିଥିଲା। କିଡ୍‌ନୀ ପ୍ରତିରୋପଣ ପରେ ଲାଲୁ ସେହିଠାରେ ହିଁ ରହୁଛନ୍ତି। ଏହାର ଦିନକ ପୂର୍ବରୁ ସିବିଆଇ ପାଟନା ସ୍ଥିତ ରାବ୍ରୀ ଦେବୀଙ୍କ ଘରେ ପହଞ୍ଚି ତାଙ୍କୁ ଜେରା କରିଥିଲା।

୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଛି। ସିବିଆଇ ରୁଜୁ କରିଥିବା କେସ୍‌ରେ ଲାଲୁ, ତାଙ୍କ ଝିଅ ମିଶା ଓ ହେମାଙ୍କ ବ୍ୟତୀତ ଆଉ ୯ ଜଣ ପରିବାର ସଦସ୍ୟଙ୍କ ନାଁ ରହିଛି।

୨୦୨୨ ମସିହା ମେ’ ମାସରେ ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଗତବର୍ଷ ଜୁଲାଇରେ ଲାଲୁଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଓଏସ୍‌ଡି ଭୋଲା ଯାଦବଙ୍କୁ ଗିରଫ କରିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CzQKn8b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages