ଅଧିକ ଯୌତୁକ ମାଗି ବାହାଘର ଭାଙ୍ଗି ଦେଲା କନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 10, 2023

ଅଧିକ ଯୌତୁକ ମାଗି ବାହାଘର ଭାଙ୍ଗି ଦେଲା କନିଆ

ଆଧୁନିକ ସମାଜରେ ଯୌତୁକ ମାଗିବା ଆଇନତଃ ଅପରାଧ। ତଥାପି ଅନେକ ସମୟରେ ଆପଣ ଯୌତୁକ ନିର୍ଯାତନା କଥା ଶୁଣିଥିବେ। ବର କିମ୍ବା ବର ଘର ଲୋକ ଯୌତୁକ ପାଇଁ ବାହାଘର ଭାଙ୍ଗି ଦେବା ଓ କନିଆକୁ ହତ୍ୟା କରିବାର ନଜିର ରହିଛି। ହେଲେ ଏଠାରେ କିଛି ଅଜବ ଘଟଣା ଘଟିଛି। ଅଧିକ ଯୌତୁକ ମାଗି ବାହାଘର ଭାଙ୍ଗି ଦେଇଛନ୍ତି କନିଆ। ବର ପକ୍ଷ ଲୋକ ଅଧିକ ଯୌତୁକ ନ ଦେବାରୁ କନିଆ ଜଣଙ୍କ ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ହାଇଦ୍ରାବାଦ ଉପକଣ୍ଠରେ ଆୟୋଜିତ ଗୋଟିଏ ବାହାଘର କାର୍ଯ୍ୟକ୍ରମ ଶେଷ ମୁହୂର୍ତ୍ତରେ ବାତିଲ ହୋଇଯାଇଛି। କମ ଯୌତୁକ ପାଇଁ ଏହି ବାହାଘର ଭାଙ୍ଗିଛି। କନିଆ ପକ୍ଷରୁ ବରଙ୍କୁ ପ୍ରଥମେ ୨ ଲକ୍ଷ ଟଙ୍କାର ଯୌତୁକ ଦେବାକୁ କୁହାଯାଇଥିଲା। ସେମାନେ ମଧ୍ୟ ଦାବି ଅନୁସାରେ ଯୌତୁକ ଦେଇଥିଲେ। ଯୌତୁକ ମିଳିବା ପରେ ଘାଟକେସରରେ ଗୁରୁବାର ବାହାଘର ହେବ ବୋଲି ସ୍ଥିର ହୋଇଥିଲା। କନିଆ ପଡ଼ୋଶୀ ଅସ୍ୱାରାଓପେଟ ଗାଁରୁ ମଣ୍ଡପକୁ ଆସିବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କନିଆ ବାହାଘର କାର୍ଯ୍ୟକ୍ରମ ଆସି ନଥିଲେ।

ବାହାଘରର ଶୁଭବେଳା ଗଡ଼ି ଯାଉଥିବାରୁ ନିମନ୍ତ୍ରିତ ଅତିଥି ଓ ବର ପକ୍ଷ ଲୋକ ବ୍ୟସ୍ତ ହୋଇପଡ଼ିଥିଲେ। ଏହାପରେ ବର ଘର ପକ୍ଷ କନିଆ ଘର ଲୋକ ରହୁଥିବା ହୋଟେଲକୁ ଯିବା ସହ ସେମାନଙ୍କୁ ବୁଝାସୁଝା କରିଥିଲେ। ତଥାପି ସେମାନେ ବାହାଘର ମଣ୍ଡପକୁ ଆସି ନଥିଲେ।

କନିଆ ଜଣଙ୍କ ଅଧିକ ଯୌତୁକ ଚାହୁଁଥିବା କଥା ଶୁଣିବା ପରେ ବର ଘର ଲୋକ ସ୍ତବ୍ଧ ହୋଇଯାଇଥିଲେ। ଶେଷରେ ନିରାଶ ହୋଇ ବର ଜଣଙ୍କ ମଣ୍ଡପରୁ ଚାଲି ଯାଇଥିଲେ ଓ ତାଙ୍କ ପରିବାର ଲୋକ ଏନେଇ ପୁଲିସ୍‌ରେ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ କନିଆ ଘର ଲୋକଙ୍କୁ ସମନ କରିଥିଲା।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଏହି ବିବାଦକୁ ଦୁଇ ପରିବାର ପରସ୍ପର ସହ କଥା ହୋଇ ସମାଧାନ କରିଛନ୍ତି ଓ ବାହାଘର ବାତିଲ ହୋଇଯାଇଛି। କୌଣସି ଅଭିଯୋଗ ପଞ୍ଜିକରଣ କରାଯାଇ ନାହିଁ କିମ୍ବା କାହା ନାଁରେ ମାମଲା ହୋଇନି। ଉକ୍ତ ବାହାଘର ପାଇଁ କନିଆଙ୍କ ଆଦୌ ଇଚ୍ଛା ନଥିଲା। ତେଣୁ ସେ ଅଧିକ ଯୌତୁକ ଦାବି କରି ବାହାଘର ଭାଙ୍ଗି ଦେଇଛନ୍ତି।

ଖାସ ଏହି କାରଣ ପାଇଁ ସେ ମଣ୍ଡପକୁ ମଧ୍ୟ ଯାଇ ନଥିଲେ।” ବର ପକ୍ଷ ପ୍ରଥମେ କନିଆ ଘର ଲୋକଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ହେଲେ କନିଆ ବାହା ହେବାକୁ ରାଜି ନ ହେବାରୁ ଏହି ଟଙ୍କା ସେମାନେ ଫେରାଇ ଦେଇଛନ୍ତି। ଏବେ ଦୁଇ ପକ୍ଷ ନିଜ ନିଜ ବାଟରେ ଚାଲି ଯାଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZL6eP4C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages