ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଅବତାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ୫୨ ବର୍ଷୀୟ ରାହୁଲଙ୍କ ଫଟୋ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ୭ ଦିନିଆ ଲଣ୍ଡନ ଗସ୍ତରେ ଥିବା ରାହୁଲ କେମ୍ବ୍ରିଜ ବିଜ୍ନେସ୍ ସ୍କୁଲରେ ଭାଷଣ ଦେଇଛନ୍ତି। ଏଠାରେ ସେ କହିଛନ୍ତି ଯେ, ଆଜିକାଲି ଭାରତ ଓ ଆମେରିକା ପରି ଗଣତାନ୍ତ୍ରିକ ଦେଶରେ ଉତ୍ପାଦନ ହ୍ରାସ ପାଉଛି। କିନ୍ତୁ ଚାଇନାରେ ବୃଦ୍ଧି ପାଉଛି। ଏହାଦ୍ୱାରା ଗଣ ଅସମତା ଓ କ୍ରୋଧ ବୃଦ୍ଧି ପାଉଛି, ଯାହାର ତ୍ୱରିତ ସମାଧାନ ହେବା ଆବଶ୍ୟକ। ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ଅବସରରେ ସାରା ବିଶ୍ୱରେ ଗଣତାନ୍ତ୍ରିକ ପରିବେଶକୁ ସୁଦୃଢ଼ କରିବା ପାଇଁ ନୂଆ ଚିନ୍ତାଧାରା ଆପଣେଇବାକୁ ପଡ଼ିବ ବୋଲି ସେ କହିଛନ୍ତି।
‘ଆର୍ଟ ଅଫ୍ ଲିସନିଂ’ ଶୀର୍ଷକ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ରାହୁଲ କହିଲେ ଯେ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଅଧିକ ଉତ୍ପାଦନ ଓ ସେହି ଦେଶଗୁଡ଼ିକରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ଅଧିକ ବ୍ୟବହାର ଉପରେ ଆମେ ଗୁରୁତ୍ୱ ଦେବା ଆବଶ୍ୟକ। ଏ କ୍ଷେତ୍ରରେ ଆମେ ନୂତନ ଚିନ୍ତାଧାରା ଆପଣେଇବା ଉଚିତ।
ସମବେଦନାର ସହିତ ଏକବିଂଶ ଶତାବ୍ଦୀରେ ଦେଖାଯାଉଥିବା ସମସ୍ୟା ବିଷୟରେ ଆମେ ଶୁଣିବା ଉଚିତ। ସେହିପରି ଦେଶରୁ ବେକାରି ଓ ଅସମତା ଦୂର କରିବା ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଭାରତ ଯୋଡ଼ୋ ଯାତ୍ରା କରିଥିବା କହିଥିଲେ। ଭାରତ ଯୋଡ଼ୋ ଯାତ୍ରା ସମୟର ରାହୁଲଙ୍କ ଲୁକ୍ ଓ ବର୍ତ୍ତମାନର ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ରାହୁଲ ଦାଢ଼ି ଓ କେଶକୁ କାଟି ଦେଇଥିବା ଫଟୋରେ ଦେଖିବାକୁ ମିଳିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vIkT80Z
No comments:
Post a Comment