ଭୁବନେଶ୍ୱରରେ ଏନକାଉଣ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 25, 2023

ଭୁବନେଶ୍ୱରରେ ଏନକାଉଣ୍ଟର

ରାଜଧାନୀ ଭୁବନେଶ୍ୱରରେ ଏନକାଉଣ୍ଟର। ଏନକାଉଣ୍ଟରରେ ଆହତ ହୋଇଛି ଅପରାଧୀ ଜିତୁ ପଲେଇ। ତା’ ବାମ ଗୋଡ଼ରେ ଗୁଳି ବାଜିଛି।  ଭୁବନେଶ୍ୱରର କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖାରବେଳନଗରରେ ବୋମାମାଡ଼ କରିବା ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ପୁଲିସ୍ ଜିତୁକୁ ଖୋଜୁଥିଲା। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସେ କାର୍‌ରେ ଭୁବନେଶ୍ୱର ଆସୁଥିବା ନେଇ ପୁଲିସ୍ ଖବର ପାଇଥିଲା। ପୁଲିସ୍ ଟିମ୍ ତାକୁ ଟଙ୍କପାଣି ରୋଡ୍‌ରେ କାର୍‌ରେ ଯାଉଥିବା ବେଳେ ଠାବ କରିଥିଲା। ପୁଲିସ୍ ତା’ କାରକୁ ପିଛା କରିଥିଲା। 

ଜିତୁ ବାଙ୍କୁଆଳ ନିକଟରେ ଏକ ମାଟି ରାସ୍ତା ଦେଇ ଖସି ଯିବାକୁ ପ୍ରୟାସ କରିଥିଲା। ସେହି ସମୟରେ ସେ ପୁଲିସ୍‌ ଉପରକୁ ଗୁଳି କରିଥିଲା। ଏହାର ଜବାବରେ ପୁଲିସ୍ ମଧ୍ୟ ଗୁଳି କରିଥିଲା। ଜିତୁର ବାମ ଗୋଡ଼ରେ ଆଣ୍ଠୁ ତଳକୁ ଗୁଳି ବାଜିଥିଲା। ଏହା ପରେ ପୁଲିସ୍ ତାକୁ କାବୁ କରି ନେଇଥିଲା।

ଜିତୁ ନାଁରେ ଭୁବନେଶ୍ୱର, ପୁରୀ ଓ କଟକରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି।  ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତ ୧୭ ତାରିଖରେ ଖାରବେଳନଗର ଥାନା ଅଞ୍ଚଳରେ ଜଣେ ସୁନା ବେପାରୀଙ୍କ ଉପରେ ବୋମାମାଡ଼ ହୋଇଥିଲା। ସେ ଗୁରୁତର ଆହତ ହୋଇଥିଲେ। ଏହି ମାମଲାର ତଦନ୍ତ ବେଳେ ଖାରବେଳନଗର ପୁଲିସ୍ ଜାଣିବାକୁ ପାଇଲା ଯେ ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ପଲେଇର ହାତ ଅଛି। ତା’ପରଠୁ ତାକୁ ପୁଲିସ୍ ଖୋଜୁଥିଲା।

ଡିସିପି କହିଛନ୍ତି, ସୁପାରୀ ନେଇ ଲୋକଙ୍କ ଉପରେ ଗୁଳି ଚଳାଇବା, ଡକାୟତି, ଚୋରି, ଲୋକଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିବା ଓ ଚୋରା ଚାଲାଣି ଭଳି ଅନେକ ଅପରାଧିକ କାର୍ଯ୍ୟରେ ଜିତୁ ପଲେଇ ଲିପ୍ତ ରହିଛି। ତା’ ନାଁରେ ୩୦ରୁ ଅଧିକ ମାମଲା ରହିଛି। ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଓ ଅନୁଗୋଳ ଆଦି ସ୍ଥାନରେ ତା’ ନାଁରେ ଏହି ସବୁ ମାମଲା ରହିଛି। ପୂର୍ବରୁ ଭୁବନେଶ୍ୱରରେ ଜଣେ କନଷ୍ଟେବଳଙ୍କ ଉପରକୁ ମଧ୍ୟ ସେ ଗୁଳି ଚଳାଇ ଫେରାର ହୋଇଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Uo5FiWk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages