ପାରିବାରିକ କଳହର କରୁଣ ପରିଣତି। ଗାଧୋଇବାକୁ ଡାକି ନେଇ ସଉତୁଣୀର ତଣ୍ଟିଚିପି ଜଣେ ମହିଳା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନଇଗାଁରେ। ମୃତ ମହିଳା ଜଣଙ୍କ ହେଲେ ଆଶା ମୁଣ୍ଡା।
ନଇଗାଁର ଆକାଶ ମୁଣ୍ଡା ପ୍ରଥମ ପତ୍ନୀ ଥିବା ସ୍ୱତ୍ତେ ସେ ଦ୍ୱିତୀୟ ବିବାହ କରିଥିଲେ। ଦୁଇ ପତ୍ନୀଙ୍କ ସହ ସେ ଗୋଟିଏ ଛାତ ତଳେ ରହୁଥିଲେ। ହେଲେ ଆକାଶଙ୍କର ପ୍ରଥମ ପତ୍ନୀ ମୁନିଙ୍କ ସହ ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ପଡ଼ୁ ନଥିଲା।। ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା। ଗତକାଲି ମୁନି ଆଶାଙ୍କୁ ନଦୀ ଘାଟକୁ ଗାଧୋଇବାକୁ ଡାକି ନେଇଥିଲେ। ସେଠାରେ ଥିବା ଏକ ବୂଦା ମୂଳରେ ଆଶାଙ୍କ ତଣ୍ଟି ଚିପି ଆଶାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି।
ମୁନି ଘରକୁ ଫେରି ଆସିଥିବା ବେଳେ ଆଶା ଘରକୁ ଆସିବା ବିଳମ୍ବ ହୋଇଥିଲା। ଏନେଇ ଆକାଶ ଆଶାଙ୍କୁ ଖୋଜାଖୋଜି କରିଥିଲେ। ନଦୀ କୂଳରେ ଥିବା ଏକ ବୂଦା ମୂଳରେ ଆଶାର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆକାଶ ତାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଶାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୁନିଙ୍କୁ ଗିରଫ କରିଥିବା ବେଳେ ଆକାଶଙ୍କୁ ପଚରାଉଚରା କରୁଛି। ଏହାସହ ଘଟଣାର ତଦନ୍ତ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/eymBp2Z
No comments:
Post a Comment