ଋଣ ଆଣି ମାଛ ଚାଷ କରିଥିଲେ ମହିଳା, ବିଷ ପକାଇ ଦେଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 23, 2023

ଋଣ ଆଣି ମାଛ ଚାଷ କରିଥିଲେ ମହିଳା, ବିଷ ପକାଇ ଦେଲେ ଦୁର୍ବୃତ୍ତ

ଋଣ ଆଣି ମାଛ ଚାଷ କରିଥିଲେ । ଭାବିଥିଲେ କିଛି ଲାଭ ହେଲେ ପରିବାର ସୁରୁଖୁରୁରେ ଚଳିବ । ମାତ୍ର ସହି ପାରିଲେନି ଦୁର୍ବୃତ୍ତ। ବିକ୍ରି ହେବା ପୂର୍ବରୁ ପୋଖରୀରେ ବିଷ ପକାଇଦେଲେ ଦୁର୍ବୃତ୍ତ। ଫଳରେ ମଲା ମାଛଗୁଡ଼ିକ ପୋଖରୀର ଭାସୁଥିବା ଦେଖି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁଣ୍ଡରେ ହାତ ଦେଇଛନ୍ତି। ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ମାଛ ମାରି ଦେଇଥିବା ଜଣାଯାଇଛି । ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କୋରନ୍ଦ ପଂଚାୟତରେ ଘଟିଛି।

କୋରନ୍ଦ ପଂଚାୟତରେ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ଋଣଆଣି ମାଛ ଚାଷ କରିଥିଲେ। ଏଥର ଭଲ ମାଛ ହୋଇଥିବାରୁ କିଛି ଟଙ୍କା ଲାଭ ବାହାରିବ ବୋଲି ବି ଆଶା କରିଥିଲେ।

ମାତ୍ର ଗତ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ପୋଖରୀରେ ବିଷ ପକାଇ ଦେଇଥିଲ। ଫଳରେ ଗତକାଲି ସକାଳୁ ସକାଳୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୋଖରୀ ପାଖକୁ ଯାଇଥିବା ବେଳେ ବଡ଼ ବଡ଼ ମାଛସବୁ ମରିଭାସୁଥିବାର ଦେଖିବାକୁ ପାଇଥିଲେ।

ଏହାଦେଖି ମହିଳାମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ବ୍ୟାଙ୍କରୁ ଆଣିଥିବା ଋଣ କିପରି ଶୁଝିବେ ସେ ଚିନ୍ତା ଏବେ ସେମାନଙ୍କୁ ଘାରିଛି । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରାଜକନିକା ଥାନାରେ ଏତଲା ଦିଆଯାଇଛି।ଅଭିଯୋଗ ଆଧାରରେ ରାଜକନିକା ପୁଲିସ ତଦନ୍ତ ଆରମ୍ଭ କରିଛି।
 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VlSKv0h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages