୨୪ ମାର୍ଚ୍ଚ, ଶୁକ୍ରବାର: ବନ୍ଧୁଙ୍କ ସହିତ ମତଭେଦ ସୃଷ୍ଟି ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 23, 2023

୨୪ ମାର୍ଚ୍ଚ, ଶୁକ୍ରବାର: ବନ୍ଧୁଙ୍କ ସହିତ ମତଭେଦ ସୃଷ୍ଟି ହେବ

ମେଷ : ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତାର ସହ ଯାଆନ୍ତୁ। ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଅଧିକ ଲାଭ ପାଇବେ ଏବଂ ଘରପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ପାଇବେ ।

ବୃଷ: ଅଯଥାରେ ଖର୍ଚ୍ଚ ବୃଦ୍ଧି ହେବାରୁ ମନ ଭଲ ରହିବ ନାହିଁ ଏବଂ ନିଜର ଲୋକ ବିଶ୍ୱାସଘାତକତା କରିବେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ। ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ଏବଂ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ ।

ମିଥୁନ: ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବେ ଓ ଅର୍ଥ ଲାଭ ହେବା ସହିତ ମାନସମ୍ମାନ ମିଳିବ । ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ପ୍ରାପ୍ତି ହେବାରୁ ମନ ଖୁସି ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ।

କର୍କଟ : କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ମିଳିବାରୁ ମନ ଖୁସି ରହିବ। ବ୍ୟବସାୟରେ ସଫଳତା ପାଇବେ, ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ସିଂହ: ମନ ଭାରାକ୍ରାନ୍ତ ରହିବ ଏବଂ ଅର୍ଥ ପାଇଁ ବନ୍ଧୁଙ୍କ ସହିତ ମତଭେଦ ସୃଷ୍ଟି ହେବ। ସନ୍ତାନମାନଙ୍କ ସ୍ୱଭାବ ଆଚରଣ ଦେଖି ବାପାମା’ ଖୁସି ହେବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ସୁସ୍ୱାଦୁ ଭୋଜନ କରିବେ।

କନ୍ୟା : ରାଜନୀତି କ୍ଷେତ୍ରରେ ଶତ୍ରୃ ବୃଦ୍ଧି ହେବେ, ମାନସମ୍ମାନ ହାନି ହେବ। ସନ୍ତାନମାନଙ୍କର ସ୍ୱଭାବ ବାପା ମାଆଙ୍କୁ ଭଲ ଲାଗିବ ନାହିଁ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ । ନିର୍ମାଣଧୀନ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ ହେବ ଓ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।

ତୁଳା: ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ, ବ୍ୟବସାୟୀମାନେ ଲାଭବାନ ହେବେ। ଯାନବାହନ ପ୍ରାପ୍ତିର ଯୋଗ ରହିଛି।ବନ୍ଧୁଙ୍କ ସହଯୋଗରେ ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିପାରିବେ ।

ବିଛା: ମନରେ ଧାର୍ମିକ ଚିନ୍ତାଧାରା ସୃଷ୍ଟି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ଆଇନକାନୁନ ମାମଲାରେ ସହଜରେ ସମାଧାନର ବାଟ ଫିଟିବ ।

ଧନୁ: ଆର୍ଥିକ ଲାଭ ପାଇଁ ଦିନଟି ଭଲ ରହିବ । କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ । ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।

ମକର : ବହୁଦିନର ଆଶା ପୂରଣ ହେବ । ବାଣିଜ୍ୟ ଓ ବ୍ୟବସାୟରେ ଆୟ ମଧ୍ୟମ ହେବ। ଯଶ, ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ। ମହିଳାମାନେ ପରିବାରର ଆଦର ପାଇବେ ।

କୁମ୍ଭ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଓ ଦୂରସ୍ଥାନକୁ ଯାତ୍ରା କରିବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ନୂଆ ବ୍ୟବସାୟ ପାଇଁ ମନ ବଳାଇବେ । ଜମିବାଡ଼ି କ୍ରୟ କରିବା ପାଇଁ ବନ୍ଧୁ ସାହାଯ୍ୟ କରିବେ, ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ।

ମୀନ : ପାରିବାରିକ ସମସ୍ୟାକୁ ନେଇ ଅପବାଦ ମିଳିପାରେ। ସେଥିପାଇଁ ସତର୍କ ରହିବାକୁ ପଡିବ । ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ ଓ ଘରକୁ ଅତିଥି ଆସିବେ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/hpJUkmH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages