ଆଜି ମହାମହିମଙ୍କ ଓଡିଶା ଗସ୍ତର ଅନ୍ତିମ ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 5, 2023

ଆଜି ମହାମହିମଙ୍କ ଓଡିଶା ଗସ୍ତର ଅନ୍ତିମ ଦିନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ଦିନିଆ ଓଡ଼ିଶା ଗସ୍ତର ଆଜି ହେଉଛି ଅନ୍ତିମ ଦିନ। ଆଜି ରାଷ୍ଟ୍ରପତି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ଏହାସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।

ଗତକାଲି ରାଷ୍ଟପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ବୁଲିଯାଇଥିଲେ। ସେ ହେଲିକପ୍ଟରରେ ଯଶିପୁର ଅଭିମୁଖେ ଯାତ୍ରା କରି  ପୂର୍ବାହ୍ନ ୧୦ଟାରେ ଯଶିପୁର ନିକଟ ଛେଳିଗୋଦଳୀ ହେଲିପେଡଠାରେ ଅବତରଣ କରିଥିଲେ। ସେଠାରୁ ସ୍ୱତନ୍ତ୍ର ଗାଡି ଯୋଗେ ସଡକ ପଥରେ ଯାଇ ମଧ୍ୟାହ୍ନ ୧୨ଟା ସମୟରେ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିଲେ। ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ କିଛି ସମୟ ବୁଲି ଚହଲାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଶିମିଳିପାଳରେ ପରିଭ୍ରମଣ କାଳରେ ବିଭିନ୍ନ ଇକୋ ଡେଭଲପମେଣ୍ଟ କମିଟିର କର୍ମୀ ସହାୟତା କରିଥିଲେ।

ରାଷ୍ଟ୍ରପତି ଦିବା ଅଢେଇଟା ସମୟରେ ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିଲେ। ସଡକ ପଥରେ ପ୍ରାୟ ୮୦ କିଲୋମିଟର ଯାତ୍ରା କରି ସାଢେ ୪ଟା ସମୟରେ ଯଶିପୁର ହେଲିପେଡଠାରେ ପହଞ୍ଚିଥିଲେ। ଯଶିପୁର ହେଲିପେଡରୁ ବାୟୁସେନା ହେଲିକପ୍ଟର ଯୋଗେ ଆସି ବାରିପଦାର ରାଣୀବନ୍ଧ ହେଲିପେଡରେ ୫ଟାରେ ପହଞ୍ଚିଥିଲେ। ପରେ ବାରିପଦା ଷ୍ଟେସନ ବଜାରସ୍ଥିତ ସର୍କିଟ ହାଉସରେ ପହଞ୍ଚି ବିଶ୍ରାମ ନେଇଥିଲେ। ରାଷ୍ଟ୍ରପତିଙ୍କ ପାଇଁ ରାତ୍ରଭୋଜନରେ ସ୍ୱତନ୍ତ୍ର ନିରାମିଷ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋର୍ମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DJkvsro

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages