ଶୌଚାଳୟରେ ଜନ୍ମ ହେଲା ଶିଶୁକନ୍ୟା, ପାଇଖାନାରେ ଗଳିଗଲା ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 5, 2023

ଶୌଚାଳୟରେ ଜନ୍ମ ହେଲା ଶିଶୁକନ୍ୟା, ପାଇଖାନାରେ ଗଳିଗଲା ମୁଣ୍ଡ

ଶୌଚାଳୟରେ ଜନ୍ମ ହେଲା ନବଜାତ ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ମୁଖ୍ୟ ଚିକିତ୍ସାଳୟରେ। ଶିଶୁଟିକୁ ଉଦ୍ଧାର କରାଯାଇ SNCU ରେ ଭର୍ତ୍ତି କରାଯାଇଛି।

କକରାଝୁରୀ ଡୁଙ୍ଗୁରିପାଲି ଅଞ୍ଚଳର ଜଣେ ମହିଳା ସନ୍ତୋସିନୀ ମିର୍ଧାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଗତକାଲି ବିଳମ୍ବିତ ରାତିରେ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି ସକାଳେ ସନ୍ତୋସିନୀଙ୍କୁ ଶୌଚ ପାଇଁ ପାଇଖାନାକୁ ଯାଇଥିଲେ। ଶୌଚ ସମୟରେ ଶିଶୁଟି ଜନ୍ମ ହୋଇ ପାଇଖାନା ଭିତରେ ପଡ଼ି ଯାଇଥିଲା। ମହିଳା ଜଣଙ୍କ ଏହା ଦେଖି ପାଟି କରିଥିଲେ। ଶିଶୁଟିର ମୁଣ୍ଡ ପାଇଖାନା ଭିତରେ ପସି ଯାଇଥିଲା।

ମହିଳାଙ୍କ ପାଟି ଶୁଣି ହସପିଟାଲରେ ଥିବା କର୍ମଚାରୀ ଓ ରୋଗୀଙ୍କ ସଂପର୍କୀୟ ଦୌଡ଼ି ଆସି ଶିଶୁଟିକୁ ଧୀରେ ଧୀରେ ପାଇଖାନାରୁ ଉଦ୍ଧାର କରିଥିଲେ। ପରେ ଶିଶୁଟିକୁ SNCU ରେ ଭର୍ତ୍ତି କରାଯାଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PxXqa54

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages