ଏବେ ବି- ଟାଉନ୍ର ହଟ୍ ଗସିପ ପାଲଟିଛନ୍ତି ଶ୍ୱେତା ତିୱାରୀଙ୍କ ଲାଡଲି ପଲକ ତିୱାରୀ। ‘କିସି କି ଭାଇ, କିସି କି ଜାନ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଛନ୍ତି। କିଛି ଦିନ ପୂର୍ବେ ଭାଇଜାନଙ୍କ ସେଟ୍ରେ ହିରୋଇନଙ୍କ ପାଇଁ ଜାରି ଗାଇଡଲାଇନ୍ ସମ୍ପର୍କରେ ମୁହଁ ଖୋଲି ଚର୍ଚ୍ଚାକୁ ଅସିଥିବା ପଲକ ଏବେ ନିଜର ଆଉ ଏକ ବୟାନ ପାଇଁ ମିଡିଆ ନଜରକୁ ଆସିଛନ୍ତି। ଏଥର ନିଜ ଫ୍ୟାମିଲି ଲାଇଫ ଉପରୁ ପରଦା ହଟାଇ ସେ ପାଲଟି ଯାଇଛନ୍ତି ହଟ୍ ଗସିପ ।
ପଲକଙ୍କ ମା’ ଶ୍ୱେତା ଦୁଇ ଥର ବିବାହ କରିଥିବା ବେଳେ ପଲକଙ୍କ ସହ ତାଙ୍କର ଆଉ ଏକ ପୁଅ ବି ଅଛି। ପଲକଙ୍କୁ ୧୫ ବର୍ଷ ହୋଇଥିବା ବେଳେ ସେ ନିଜ ମା’ଙ୍କ ଦ୍ୱିତୀୟ ପ୍ରେଗନାନ୍ସି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ପ୍ରଥମ ରିଆକ୍ସନ କ’ଣ ଥିଲା ସେ ନେଇ ମୁହଁ ଖୋଲିଛନ୍ତି ପଲକ ।
ପଲକ କହିଛନ୍ତି, ମୋତେ ଯେତେବେଳେ ମା’ ପ୍ରଥମ ଥର ତାଙ୍କ ପ୍ରେଗନାନ୍ସି ବିଷୟରେ କହିଲେ, ମୁଁ ଏହାକୁ ସହଜେ ହଜମ କରି ପାରି ନ ଥିଲି। ମୁଁ କେବଳ ମୁଣ୍ଡ ହଲାଇ ମନା କରିଥିଲି। ହେଲେ ମୋ’ ନା କହିବାର କିଛି ମତଲବ ନାହିଁ ବୋଲି କହିଥିଲେ ମା’ । ଏହାକୁ ନେଇ ଆମ ଭିତରେ ପ୍ରବଳ କଥା କଟାକଟି ହୋଇଥିଲା।
ପ୍ରକୃତରେ ମୁଁ ଏଥିପାଇଁ ମାନସିକ ଭାବେ ପ୍ରସ୍ତୁତ ନ ଥିଲି। ତେଣୁ ଏହାକୁ ସହଜେ ଗ୍ରହଣ କରି ପାରି ନ ଥିଲି। ହେଲେ ପରେ ସବୁ କିଛି ନର୍ମାଲ ହୋଇଗଲା। ଏବେ ମୋ’ ମା’ ଓ ଭାଇ ହେଉଛନ୍ତି ମୋ’ ପରିବାର।
ଶ୍ୱେତା ତିୱାରୀ ଛୋଟ ପରଦାର ଜଣେ ପପୁଲାର ଅଭିନେତ୍ରୀ ହୋଇଥିବା ବେଳେ ଖୁବ୍ କମ ବୟସରେ ସେ ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ପଲକ ଉଭୟଙ୍କ ସନ୍ତାନ ହୋଇଥିବା ବେଳେ ଏହି ବିବାହ ବେଶି ଦିନ ତିଷ୍ଠି ପାରି ନ ଥିଲା। ଏହାପରେ ସେ ଅଭିନବ କୋହଲିଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ଏହା ମଧ୍ୟ ଖୁବ୍ କମ୍ ଦିନରେ ସମାପ୍ତ ହୋଇ ଯାଇଥିଲା। ଉଭୟଙ୍କର ଏକ ପୁଅ ଥିବା ବେଳେ ସେ ଏବେ ନିଜ ମା’ ଶ୍ୱେତା ତିୱାରୀ ଓ ଭଉଣୀ ପଲକଙ୍କ ସହ ରହୁଛନ୍ତି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/xqWup5s
No comments:
Post a Comment