ମଣିପୁରରେ ହିଂସା; ୮ ଜିଲ୍ଲାରେ କର୍ଫ୍ୟୁ, ଇଣ୍ଟରନେଟ ସେବା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 4, 2023

ମଣିପୁରରେ ହିଂସା; ୮ ଜିଲ୍ଲାରେ କର୍ଫ୍ୟୁ, ଇଣ୍ଟରନେଟ ସେବା ବନ୍ଦ

ଅଶାନ୍ତ ହୋଇ ଉଠିଛି ମଣିପୁର। ମୁହାଁମୁହିଁ ହୋଇଛନ୍ତି ଆଦିବାସୀ- ଅଣଆଦିବାସୀ। ମୈତେଇ ସମୁଦାୟ ଅନୁସୂଚିତ ଜନଜାତିରେ ସାମିଲ ହେବାକୁ ଦାବି କରୁଥିବା ବେଳେ ଏହାକୁ ଆଦିବାସୀ ଏକତା ମୋର୍ଚ୍ଚା ତରଫରୁ ତୀବ୍ର ବିରୋଧ କରାଯାଉଛି। ଏହାକୁ ନେଇ ଉଭୟ ପକ୍ଷ ଗତକାଲି ମୁହାଁମୁହିଁ ହୋଇଥିଲେ।

ଏହାପରେ ଗତକାଲି ବିଳମ୍ବିତ ରାତିରୁ ମଣିପୁରରର ୮ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ମଣିପୁର ସରକାର ଆସନ୍ତା ପାଞ୍ଚ ଦିନ ପାଇଁ ରାଜ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସେନା ଓ ଆସାମ ରାଇଫଲ୍ସ କର୍ମୀଙ୍କୁ ମୁତୟନ କରାଯାଇଛି।

ମୈତେଇ ସମୁଦାୟ ପକ୍ଷରୁ ଅନୁସୂଚିତ ଜନଜାତିରେ ସାମିଲ କରିବାକୁ ଦାବି କରାଯାଉଥିବା ବେଳେ ଏହାକୁ ବିରୋଧ କରିଛି ଆଦିବାସୀ ଛାତ୍ର ସଙ୍ଗଠନ ‘ଆଦିବାସୀ ଏକତା ମୋର୍ଚ୍ଚା’ । ଏହାକୁ ବିରୋଧ କରି ‘ଆଦିବାସୀ ଏକତା ମୋର୍ଚ୍ଚା’ ପକ୍ଷରୁ ଗତକାଲି ଏକ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ଉକ୍ତ ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିବା ବେଳେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା।

ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଗତ ରାତିରୁ ୮ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ମୋବାଇଲ ଇଣ୍ଟରନେଟ ସେବାକୁ ୫ ଦିନ ଲାଗି ବନ୍ଦ କରି ଦିଆଯାଇଛି। କିନ୍ତୁ ବ୍ରଡବବ୍ୟାଣ୍ଡ ସେବା ଜାରି ରହିଛି। 

 ଆଜି ସେନା ଏବଂ ଆସାମ ରାଇଫଲ୍ସ ଦ୍ୱାରା ରାଜ୍ୟର ବିଭିନ୍ନଳ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ହିଂସା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାୟ ୪ ହଜାର ଲୋକଙ୍କୁ ସେନା ଶିବିର ଏବଂ ସରକାରୀ କାର୍ଯ୍ୟାଳୟ ପରିସରରେ ଆଶ୍ରୟ ଦିଆଯାଇଛି। 

ମୈତେଇ ସମୁଦାୟ ସମଗ୍ର ରାଜ୍ୟର ଜନସଂଖ୍ୟାର ୫୩% ହୋଇଥିବା ବେଳେ ନିଜକୁ ମଣିପୁରର ଆଦିମ ଅଧିବାସୀ ବୋଲି ଦାବି କରିଛନ୍ତି। କିନ୍ତୁ ମିଆଁମାର ତଥା ବାଲାଂଦେଶରୁ ବହୁ ସଂଖ୍ୟାରେ ଶରଣାର୍ଥୀ ଆସୁଥିବାରୁ ସେମାନେ ନିଜ ରାଜ୍ୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି ବର୍ତ୍ତମାନର ନିୟମ ଅନୁଯାୟୀ, ସେମାନଙ୍କୁ ପ୍ରକୃତି କୋଳରେ ଯଥା ଜଙ୍ଗଲ ତଥା ପାହାଡ଼ ଅଞ୍ଚଳରେ ରହିବାକୁ ଅନୁମତି ମିଳୁ ନ ଥିବା ଅଭିଯୋଗ କରିଛନ୍ତି।

ମଣିପୁରରେ ଆସି ବସବାସ କରୁଥିବା ମିଆଁମାର ଶରଣାର୍ଥୀ ରାଜ୍ୟରେ ଜଙ୍ଗଲ ନଷ୍ଟ କରିବା ସହ ଅଫିମ ଚାଷ କରୁଛନ୍ତି। ଏଥିସହ ତାହାକୁ ସେମାନେ ଚୋରା ଚାଲାଣ କରିବାକୁ ପଛାଉ ନାହାନ୍ତି। ଏହାଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ରାଜ୍ୟବାସୀଙ୍କ ହିତକୁ ସର୍ବାଧିକାର ଦିଆଯିବ ବୋଲି ଟ୍ୱିଟ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ।

ବକ୍ସିଂ ଚାମ୍ପିୟନ ମାରି କମ୍‌ ଗୁରୁବାର ସକାଳେ ଟ୍ୱିଟ କରି ମୋ’ ରାଜ୍ୟ ମଣିପୁର ଜଳୁଛି। ତେଣୁ ତୁରନ୍ତ ସାହାଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏନେଇ ସେ ହିଂସାର ଫଟୋ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଟ୍ୟାଗ କରିଛନ୍ତି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KW5bv2Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages