ଆଇପିଏଲ୍ ଫାଇନାଲ ମ୍ୟାଚ୍ରେ ବର୍ଷା ସାଜିଲା ବାଧକ। ତୁହାକୁ ତୁହା ବର୍ଷା ହେବା ଯୋଗୁ ମ୍ୟାଚ୍ ରିଜର୍ଭ ଡେ’କୁ ଘୁଞ୍ଚିଛି। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ।
ଗତକାଲି ସନ୍ଧ୍ୟା ୬ଟା ପରେ ଅହମଦାବାଦରେ ବର୍ଷା ଆରମ୍ଭ ହୋଇଥିଲା। ଆଉ ବର୍ଷା ଛାଡ଼ି ନଥିଲା। ମଝିରେ ମଝିରେ ବର୍ଷା କମି ଯାଉଥିଲା ଓ ଖେଳ ଆରମ୍ଭ ହେବା ନେଇ ଆଶା ସଞ୍ଚାର ହେଉଥିଲା। କିନ୍ତୁ ଖେଳ ହୋଇପାରି ନଥିଲା। ଶେଷରେ ରାତି ପ୍ରାୟ ୧୧ଟା ବେଳେ ମ୍ୟାଚକୁ ରିଜର୍ଭ ଡେ’କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହି ନିଷ୍ପତ୍ତି ପୂର୍ବରୁ ବର୍ଷା ଛାଡ଼ି ଯାଇଥିଲା। କିନ୍ତୁ ଷ୍ଟାଡିୟମର ଆଉଟଫିଲ୍ଡରେ ପାଣି ଜମା ହୋଇଯାଇଥିଲା। ଆଉଟଫିଲ୍ଡ କାଦୁଅ ହୋଇଯାଇଥିଲା। ତେଣୁ ସ୍ଥିତି ସମୀକ୍ଷା ପରେ ମ୍ୟାଚ୍କୁ ସୋମବାରକୁ ଘୁଞ୍ଚାଇ ଦିଆଯାଇଥିଲା।
ଗତକାଲି ଅହମଦାବାଦରେ ବର୍ଷା ହେବାର ୬୦% ସମ୍ଭାବନା ଥିଲା। ଆଉ ତାହା ହିଁ ହେଲା ଓ ମ୍ୟାଚ୍ ଧୋଇ ହୋଇଗଲା। AccuWeather ର ଆକଳନ ଅନୁଯାୟୀ ଆଜି ଅହମଦାବାଦରେ ପାଗ ଭଲ ରହିବ। ଆଜି ସନ୍ଧ୍ୟାରେ ଅହମଦାବାଦରେ ବର୍ଷା ହେବାର ମାତ୍ର ୩% ସମ୍ଭାବନା ରହିଛି। ବର୍ଷା ନହେଲେ ବି ପାଗ ମେଘୁଆ ରହିପାରେ।
ଚଳିତ ଆଇପିଏଲରେ ଗୁଜରାଟ ମୋଟ ୧୪ଟି ମ୍ୟାଚ ଖେଳି ୧୦ଟି ଜିତିଥିବା ବେଳେ ୨୦ ପଏଣ୍ଟ୍ ହାସଲ କରି ପଏଣ୍ଟ ଟେବୁଲର ସବା ଉପରେ ରହିଛି। ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ମୋଟ୍ ୧୪ଟି ମ୍ୟାଚରୁ ୮ଟିରେ ବିଜୟ ହାସଲ କରି ୧୭ ପଏଣ୍ଟ ପାଇ ଦ୍ୱିତୀୟ
ସ୍ଥାନରେ ରହିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/lV7q20J
No comments:
Post a Comment