କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଜଗନ୍ନାଥ ପଡ଼ାରେ ରହୁଥିବା ବ୍ୟବସାୟୀ ସୁଭାଷ ଅଗ୍ରୱାଲଙ୍କ ଘରେ ରବିବାର ବିଳମ୍ୱିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କୁ ବାନ୍ଧି ଡକାୟତମାନେ ୬ ଲକ୍ଷରୁ ଅଧିକ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ନେଇଯାଇଥିବା ଅଭିଯୋଗ ହୋଇଛି।
ସୁଭାଷ ଅଗ୍ରୱାଲଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଡକାୟତ ଦଳରେ ପ୍ରାୟ ୯ ଜଣ ଲୋକ ରହିଥିଲେ। ସମସ୍ତେ ହିନ୍ଦୀ ଭାଷାରେ କଥା ବାର୍ତ୍ତା କରୁଥିଲେ। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ କଥାବାର୍ତ୍ତା ଶୈଳୀରୁ ସେମାନେ ବିହାରର ବାସିନ୍ଦା ଭଳି ଲାଗୁଥିଲେ ବୋଲି ସେମାନେ କହିଛନ୍ତି।
କେସିଙ୍ଗା ପୁଲିସ ଘଟଣାସ୍ଥଳ ଯାଞ୍ଚ କରିଥିବା ବେଳେ ଘଟଣାର ତଦନ୍ତ କରୁଛି। ଏହା କୌଣସି ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର କାର୍ଯ୍ୟ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କେସିଙ୍ଗା ସହରରେ ଏଭଳି ସଶସ୍ତ୍ର ଡକାୟତି ପରେ ସ୍ଥାନୀୟ ଲୋକେ ଡରିଯାଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/rgX1wjm
No comments:
Post a Comment