ବେଡ ପାଇଁ ପୁଲିସ୍-ରେସଲର ଧସ୍ତାଧସ୍ତି; ଜନ୍ତର ମନ୍ତର ରାସ୍ତା ସିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 3, 2023

ବେଡ ପାଇଁ ପୁଲିସ୍-ରେସଲର ଧସ୍ତାଧସ୍ତି; ଜନ୍ତର ମନ୍ତର ରାସ୍ତା ସିଲ୍‌

ଦୀର୍ଘ ୧୨ ଦିନ ହେଲା ଷ୍ଟାର ରେସଲରଙ୍କ ଧାରଣା ସ୍ଥଳ ପାଲଟିଥିବା ନୂଆ ଦିଲ୍ଲୀର ଜନ୍ତରମନ୍ତର ଗତ ରାତିରେ ଯୁଦ୍ଧ କ୍ଷେତ୍ର ପାଲଟି ଯାଇଥିଲା। କୁସ୍ତି ଯୋଦ୍ଧାଙ୍କ ସହ ମୁହାଁମୁହିଁ ହୋଇଥିଲା ଦିଲ୍ଲୀ ପୁଲିସ୍‌। ଦିଲ୍ଲୀ ପୁଲିସ୍‌ ଆକ୍ରମଣରେ ଭିନେଶ ଫୋଗଟଙ୍କ ଭାଇଙ୍କ ମୁଣ୍ଡ ଫାଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ହେଲେ ପୁଲିସ୍‌ ସେମାନଙ୍କୁ ମେଡିକାଲ ପଠାଇ ନ ଥିବା ବେଳେ ଧାରଣାସ୍ଥଳରେ ଅଟକ ରଖିଥିବା ଜଣାଯାଇଛି। ସ୍ଥିତି ଅଣାୟତ୍ତ ହେବା ଆଶଙ୍କାରେ ଜନ୍ତରମନ୍ତର ରାସ୍ତାକୁ ସିଲ୍‌ କରି ଦିଆଯାଇଛି, ଏଥିସହ ୩ ଜଣଙ୍କୁ ପୁଲିସ୍‌ ଉଠାଇ ନେଇଛି।

କୁସ୍ତି ଯୋଦ୍ଧାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ବର୍ଷା ଲାଗି ରହିଥିବାରୁ ରେସଲରମାନେ ବସୁଥିବା ସ୍ଥାନ ଓଦା ହୋଇଯାଇଥିଲା। ଫଳରେ ରାତିରେ ଶୋଇବାରେ ଅସୁବିଧା ହେବାରୁ ଆପ୍‌ ବିଧାୟକ ସୋମନାଥ ଭାରତୀ କିଛି ଫୋଲଡିଂ ବେଡ ନେଇ ଧାରଣାସ୍ଥଳକୁ ଯାଇଥିଲେ। ଉକ୍ତ ବେଡକୁ ଗାଡ଼ିରୁ ଅନଲୋଡ଼ କରାଯାଉଥିବା ବେଳେ ଏ ସମ୍ପର୍କରେ ପୁଲିସ୍‌ ପଚାରିଥିଲା। ଏଥିସହ ଧାରଣାସ୍ଥଳକୁ ବେଡ ନେବା ପାଇଁ ଅନୁମତି ନ ଥିବା କହିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପୁଲିସ୍‌ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।

ପୁଲିସ୍‌ ଖେଳାଳିମାନଙ୍କୁ ଆଖି ବୁଜା ପିଟିବାରୁ ଭିନେଶ ଫୋଗଟଙ୍କ ଭାଇ ଓ ବଜରଙ୍ଗ ପୁନିଆଙ୍କ ୨ ସମ୍ପର୍କୀୟଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି। ପୁଲିସ୍‌ ଉକ୍ତ ୩ ଜଣଙ୍କୁ ହସ୍ପିଟାଲ ପଠାଇ ନ ଥିବା ବେଳେ ଡାକ୍ତରୀ ଦଳକୁ ମଧ୍ୟ ସେଠାକୁ ଯିବାକୁ ଅନୁମତି ଦେଉନାହିଁ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ହେଲେ ରେସଲରଙ୍କ ଅଭିଯୋଗକୁ ଦିଲ୍ଲୀ ପୁଲିସ୍‌ ଖଣ୍ଡନ କରିଛି। ଧାରଣାସ୍ଥଳକୁ ବେଡ ଆଣିବାକୁ ଅନୁମତି ନ ଥିବା କହିବାରୁ ଖେଳାଳିମାନେ ଆକ୍ରାତ୍ମକ ହୋଇ ଯାଇଥିବା ପୁଲିସ୍‌ କହିଛି। ଏହି ଘଟଣାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆପ୍‌ ବିଧାୟକ ସୋମନାଥ ଭାରତୀଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି ବୋଲି କହିଛି ପୁଲିସ୍ ।

ଏହି ଘଟଣାକୁ ରେସଲରମାନେ ତୀବ୍ର ନିନ୍ଦା କରିଛନ୍ତି । ଭିନେଶ ଫୋଗଟ କାନ୍ଦି କାନ୍ଦି କହିଛନ୍ତି,ମାରିବାର ଅଛି ତ ସେମିତି ମାରିଦିଅ । ଆଉ କେତେ ତଳକୁ ଖସିବ । ଆମେ ଯେଉଁ ବ୍ରିଜ ଭୂଷଣ ଶରଣ ସିଂ ବିରୋଧରେ ଆନ୍ଦୋଳନ କରୁଛି, ସେ ଆରାମରେ ନିଜ ଘରେ ଶୋଇଛନ୍ତି। ପୁଲିସ୍‌ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉନି। ହେଲେ ଆମେ ବର୍ଷାରେ ଫୋଲ୍ଡିଂ ଖଟରେ ଶୋଇବାକୁ ଚାହିଁବାରୁ ପୁଲିସ୍‌ର ଅସୁବିଧା ହେଉଛି। ଏହି ଦିନ ଦେଖିବାକୁ କ’ଣ ଦେଶ ପାଇଁ ମେଡାଲ ଆଣିଥିଲୁ। ଆମେ ଯେଉଁ ସମସ୍ୟା ଭୋଗୁଛୁ, ଏପରି ସ୍ଥିତିରେ ଆଉ କିଏ ବି ଦେଶ ପାଇଁ ମେଡାଲ ନ ଜିତୁ ବୋଲି କହୁଛି। ନିଶାଗ୍ରସ୍ତ ଥିବା ପୁଲିସ୍‌ ଆମକୁ ମାରପିଟ କରୁଛି, ଅଶାଳୀନ ମନ୍ତବ୍ୟ ଦେଉଛି। ଆମ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲ ଯିବାକୁ ବି ଅନୁମତି ମିଳୁନି। ପୁଲିସ୍‌ ଆମ ଦୁର୍ଦ୍ଦଶାକୁ ବଢ଼ାଇ ଦେଉଛି। 

ପୁଲିସ୍‌ ଜନ୍ତରମନ୍ତରକୁ ସମ୍ପୂର୍ଣ୍ଣ ସିଲ୍‌ କରି ଦେଇଛ। ଫଳରେ ଭାରତୀୟ କିଷାନ ୟୁନିୟନ ସଦସ୍ୟ ବହୁ ସଂଖ୍ୟାରେ ଜନ୍ତରମନ୍ତରରେ ପହଞ୍ଚିଥିବା ବେଳେ ସେମାନଙ୍କୁ କିନ୍ତୁ ଧାରଣାସ୍ଥଳକୁ ଛଡ଼ା ଯାଇନି।

ଏହି ଘଟଣା ପରେ ବଜରଙ୍ଗ ପୁନିଆଙ୍କ ପତ୍ନୀ ଦିଲ୍ଲୀ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶ ଲୋକଙ୍କୁ ବହୁ ସଂଖ୍ୟାରେ ଧାରଣାସ୍ଥଳରେ ପହଞ୍ଚିବାକୁ ଅପିଲ୍‌ କରିଛନ୍ତି। ଆମ ଝିଅ ତଥା ଭଉଣୀ ଅସୁରକ୍ଷିତ ଥିବାରୁ ବହୁ ସଂଖ୍ୟାରେ ଆସି ସେମାନଙ୍କ ସୁରକ୍ଷା କରିବା ଆମ ଦାୟିତ୍ୱ ବୋଲି ସେ ଫେସବୁକ୍‌ରେ ପୋଷ୍ଟ କରିଛନ୍ତି। ଏହି ଘଟଣା ପରେ ଜନ୍ତରମନ୍ତରରେ ଏବେ ଉତ୍ତେଜନା ପ୍ରକାଶ ପାଇଛି ଓ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ ହୋଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6L5crMR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages