ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୧୦ ଅନ୍ତେବାସୀ, ୨୦ ଜଣଙ୍କ ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 15, 2023

ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୧୦ ଅନ୍ତେବାସୀ, ୨୦ ଜଣଙ୍କ ପତ୍ତା ମିଳୁନି

ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନସ୍ଥିତ ଏକ ଚାରି ମହଲା ହଷ୍ଟେଲରେ ଗତ ରାତିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଯେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

ୱେଲିଂଟନସ୍ଥିତ ୪ ମହଲା ହଷ୍ଟେଲରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ରହୁଥିବା ଜଣାଯାଇଛି। ଗତ ରାତିରେ ହଷ୍ଟେଲର ତୃତୀୟ ମହଲାରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ହଷ୍ଟେଲରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରାଣେପଣେ ଉଦ୍ୟମ ଆରମ୍ଭ କରିଛନ୍ତି। ନିଆଁ ଚାରିଆଡ଼େ ବ୍ୟାପି ଯାଇଥିବାରୁ ହଷ୍ଟେଲ ଅନ୍ତେବାସୀଙ୍କୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଛି।

ଏ ଯାବତ ଅଗ୍ନିଶମ କର୍ମଚାରୀ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରି ସାରିଥିବା ଜଣାଯାଇଛି। ହଷ୍ଟେଲର ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଯାବତ ୨୦ରୁ ଊର୍ଦ୍ଧ୍ୱ ଜଣଙ୍କ ପତ୍ତା ମିଳୁନି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଥିବା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏନେଇ ସେ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା । କିପରି ଏପରି ଭୟଙ୍କର ଘଟଣା ଘଟିଲା ତାହାର ତଦନ୍ତ ନିହାତି ହେବ । କିନ୍ତୁ ବର୍ତ୍ତମାନ ପାଇଁ, ପରିସ୍ଥିତିକୁ ସାମ୍ନା କରିବା ତଥା ଉଦ୍ଧାର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିଭୂତ ହୋଇଛି।

ନିଆଁ ଲାଗିଯିବା ହେତୁ ବିଲ୍ଡିଂର କିଛି ପାର୍ଶ୍ୱ ଧସି ପଡ଼ୁଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରୁ ନାହିଁ । ଏହା ଏକ କଳା ଅଧ୍ୟାୟ ଓ ଭୟଙ୍କର ସ୍ୱପ୍ନ ବୋଲି ନ୍ୟୁଜିଲାଣ୍ଡର ଚିଫ୍‌ ଫାୟାର ଅଫିସର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଖୁବ୍‌ ଶୀଘ୍ର ଏହାର ତଦନ୍ତ ହେବ ବୋଲି ପୁଲିସ୍‌ କହିଛି ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/SBXwKQh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages