‘କେରଳ ଷ୍ଟୋରୀ’ର ସ୍କ୍ରିନିଂ ବେଳେ ଗଣ୍ଡଗୋଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 15, 2023

‘କେରଳ ଷ୍ଟୋରୀ’ର ସ୍କ୍ରିନିଂ ବେଳେ ଗଣ୍ଡଗୋଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ

‘ଦ’ କେରଳ ଷ୍ଟୋରୀ’ ଫିଲ୍ମ ସ୍କ୍ରିନିଂ ସମୟରେ ଭୁବନେଶ୍ୱର ଏସ୍‌ପ୍ଲାନେଡ ମଲ୍‌ରେ ଗଣ୍ଡଗୋଳ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ରାଜେଶ ପଟ୍ଟନାୟକ। ଗିରଫ ପରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ଥିବା ଜଣାପଡ଼ିଛି। ହଲ୍‌ରେ ଘଟିଥିବା ଗଣ୍ଡଗୋଳ ସମୟରେ ହଲ୍‌ ମ୍ୟାନେଜରଙ୍କୁ ଜଣେ କେହି ତାଙ୍କ ସଂପ୍ରଦାୟ ନାମ ନେଇ ଗାଳି କରିବାର ଭିଡିଓ ସୋଶିଆଲ ମିଡିଆରେ ପୋଷ୍ଟ କରିବା ମାମଲାରେ ପୁଲିସ ରାଜେଶଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ରାଜେଶ ଗତ ୫ ତାରିଖରେ ‘ଦ’ କେରଳ ଷ୍ଟୋରୀ’ ଫିଲ୍ମ ଦେଖିବାକୁ ଭୁବନେଶ୍ୱର ଏସ୍‌ପ୍ଲାନେଡ ମଲ୍‌ ଯାଇଥିଲେ। ସେଠାରେ ସେ ନିଜର ସାଙ୍ଗ ସାଥୀଙ୍କ ସହ ବସି ଫିଲ୍ମ ଦେଖୁଥିଲେ। ହେଲେ ଫିଲ୍ମ ମଧ୍ୟାନ୍ତରରେ ଏୟାର କଣ୍ଡିସନର ବନ୍ଦ କରିବାକୁ ନେଇ ହଲ୍‌ ଭିତରେ ଗଣ୍ଡଗୋଳ ହୋଇଥିଲା। ରାଜେଶ ସମେତ ତାଙ୍କ କିଛି ସହଯୋଗୀ ଫିଲ୍ମ ଚାଲିବା ପୂର୍ବରୁ କାହିଁକି ଜାତୀୟ ସଙ୍ଗୀତ ପରିବେଷଣ କରାଗଲାନି ଓ କାହିଁକି ଏସି ଆଧାରୁ ବନ୍ଦ କରିଦିଆଗଲା ସେନେଇ ପାଟିତୁଣ୍ଡ କରିଥିଲେ। ଟଙ୍କା ଦେଇ ଲୋକମାନେ କାହିଁକି ହଇରାଣ ହେବେ କହି ହଲ୍‌ ମ୍ୟାନେଜରଙ୍କୁ ଘେରି ଯାଇଥିଲେ। ଯାହାଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା। ଏହି ଘଟଣା ସମୟର ଭିଡିଓକୁ ରାଜେଶ ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ।

ପରେ ହଲ୍ କର୍ତ୍ତୃପକ୍ଷ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ଛାନ୍‌ଭିନ ପରେ ପୁଲିସ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏନେଇ ପୁଲିସ କର୍ତ୍ତୃପକ୍ଷ କିମ୍ବା ରାଜେଶଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ତାଙ୍କୁ କୋର୍ଟ ଚାଲାଣ କରାଯାଇ ବିଭାଗୀୟ ହାଜତକୁ ପଠାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/smjrvuH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages