ଜିଲ୍ଲାପାଳଙ୍କୁ ଡମ୍ପର ଚଢ଼ାଇ ହତ୍ୟା ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 28, 2023

ଜିଲ୍ଲାପାଳଙ୍କୁ ଡମ୍ପର ଚଢ଼ାଇ ହତ୍ୟା ଉଦ୍ୟମ

ବାଲି ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତି ଡମ୍ପର ଚଢ଼ାଇ ଜଣେ ଜିଲ୍ଲାପାଳ ଓ ଅନ୍ୟ ଦୁଇ ସରକାରୀ କର୍ମଚାରୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିବା ସହିତ ଡମ୍ପରଟିକୁ ଜବତ କରିଛି। ଘଟଣାଟି ଘଟିଛି ମହାରାଷ୍ଟ୍ରର ବୀଡ଼ ଜିଲ୍ଲାର ଗେବରାଇ ତହସିଲ ଅଞ୍ଚଳରେ।

ଗତ ଗୁରୁବାର ଭୋର ପ୍ରାୟ ସାଢ଼େ ୩ଟା ବେଳେ ବୀଡ଼ ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେ ତାଙ୍କ ଅଫିସ ଗାଡ଼ିରେ ଔରାଙ୍ଗାବାଦରୁ ଫେରୁଥିଲେ। ତାଙ୍କ ସହିତ କାର ଡ୍ରାଇଭର ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଥିଲେ। ଧୁଲେ-ସୋଲାପୁର ରାସ୍ତାରେ ସେମାନେ ବୀଡ଼ ଅଭିମୁଖେ ଆସୁଥିବା ବେଳେ ଗେବରାଇ ତହସିଲର ମାଦଳମୋହି ଗାଁ ନିକଟରେ ଏକ ନମ୍ବର ବିହୀନ ବାଲି ବୋଝେଇ ଡମ୍ପରକୁ ଦେଖିଥିଲେ ଜିଲ୍ଲାପାଳ।

ଟ୍ରକ୍‌ଟିକୁ ଅଟକାଇବାକୁ ଜିଲ୍ଲାପାଳ ତାଙ୍କ କାର ଡ୍ରାଇଭରଙ୍କୁ କହିଥିଲେ। ଡମ୍ପରକୁ ଅଟକାଇବାକୁ ଜିଲ୍ଲାପାଳଙ୍କ କାର ଡ୍ରାଇଭର ସିଗ୍‌ନାଲ ଦେଇଥିଲେ। କିନ୍ତୁ ଡମ୍ପରଟି ଅଟକି ନଥିଲା। ତେଣୁ କାରକୁ ଡମ୍ପର ଆଗକୁ ନେବାକୁ ଡ୍ରାଇଭରଙ୍କୁ କହିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ କଥା ମାନି କାର ଡ୍ରାଇଭର ସେୟା କରିଥିଲେ। ତଥାପି ଡମ୍ପରଟି ଅଟକି ନଥିଲା। ଓଲଟି ଡମ୍ପର ଡ୍ରାଇଭର କାରକୁ ଧକ୍କା ଦେଇ ଚାଲି ଯିବାକୁ ଚେଷ୍ଟା କରିଥିଲା। ସେଥିପାଇଁ ଗାଡ଼ିର ଗତି ବଢ଼ାଇ ଦେଇଥିଲା। ଏହା ଦେଖି ଜିଲ୍ଲାପାଳଙ୍କ ଡ୍ରାଇଭର ସତର୍କ ହୋଇଯାଇଥିଲେ ଓ କାରକୁ ଦ୍ରୁତଗତି ନେଇ ରାସ୍ତାରୁ ତଳକୁ ଓହ୍ଲାଇ ଦେଇଥିଲେ।

ଏହା ପରେ ଡମ୍ପର ପଛେ ପଛେ ଯିବାକୁ ଜିଲ୍ଲାପାଳ ତାଙ୍କ ଡ୍ରାଇଭରଙ୍କୁ କହିଥିଲେ। ଏହା ଭିତରେ ଡମ୍ପରଟି ମୁଖ୍ୟ ରାସ୍ତା ଛାଡ଼ି ଏକ ଭିତିରି ରାସ୍ତା ଧରି ସାରିଥାଏ। କାରଟି ପିଛା କରୁଥିବା ଦେଖି ପ୍ରାୟ ଗୋଟିଏ କିଲୋମିଟର ପରେ ହଠାତ୍ ଡମ୍ପରଟି ରାସ୍ତା ଉପରେ ବାଲି ଅନ୍‌ଲୋଡ କରି ଦେଇଥିଲା। ବାଲିଗଦା ହୋଇଯିବା ଯୋଗୁ କାରଟି ଆଗକୁ ଯାଇପାରି ନଥିଲା। ତେବେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଦୌଡ଼ି ଯାଇ ଡମ୍ପର ଉପରେ ଚଢ଼ି ଯାଇଥିଲେ। ସେ ଡ୍ରାଇଭର ସିଟ୍ ପାର୍ଶ୍ୱରୁ ଡମ୍ପରକୁ ଚଢ଼ି ଗାଡ଼ି ଅଟକାଇବାକୁ କହିଥିଲେ। କିନ୍ତୁ ଡମ୍ପର ଡ୍ରାଇଭର ମାନି ନଥିଲେ। ଓଲଟି ସେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଧମକ ଦେବା ସହିତ ଗାଡ଼ିକୁ ଆଗକୁ ବଢ଼ାଇଥିଲା। ପ୍ରାୟ ୩ କିଲୋମିଟର ପରେ ସେ ଡମ୍ପର ରଖି ଫେରାର ହୋଇଯାଇଥିଲା। ଡମ୍ପର ଡ୍ରାଇଭର ସହ ଧସ୍ତାଧସ୍ତିରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିଲେ। 

ଇତି ମଧ୍ୟରେ ଜିଲ୍ଲାପାଳ ଦୀପା ମୁଧୋଲ-ମୁଣ୍ଡେ ବୀଡ଼ ଏସ୍‌ପିଙ୍କୁ ଫୋନ୍ କରି ଘଟଣା ବିଷୟରେ କହିସାରିଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା। ସେମାନେ ଡମ୍ପର ଡ୍ରାଇଭରଙ୍କୁ ଧରିବାରେ ସଫଳ ହୋଇଥିଲେ। ତା’ସହିତ ଡମ୍ପରଟିକୁ ସିଜ୍ କରିଥିଲେ। ଗିରଫ ଡମ୍ପର ଡ୍ରାଇଭରର ନାଁ ପ୍ରକାଶ କୋକରେ। ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଅଭିଯୋଗ ଆଧାରରେ ଗେବରାଇ ପୁଲିସ୍ ଡମ୍ପର ଡ୍ରାଇଭର ପ୍ରକାଶ କୋକରେ ନାଁରେ ଆଇପିସିର ଧାରା ୩୦୭ (ହତ୍ୟା ଉଦ୍ୟମ) ଓ ୩୫୩ (ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟ କରିବାକୁ ନଦେବା ବା ପ୍ରତିରୋଧ କରିବା)ରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଚାଲିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bfnCD98

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages