ଆହତ ହେଲେ ବୋଲି ମହିଳା ନକ୍ସଲଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଲେ ସାଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 27, 2023

ଆହତ ହେଲେ ବୋଲି ମହିଳା ନକ୍ସଲଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଲେ ସାଥୀ

ଗୁଳି ବିନିମୟରେ ଆହତ ହେଲେ ବୋଲି ମହିଳା ନକ୍ସଲ କମାଣ୍ଡାଣ୍ଟଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଗଲେ ସାଥୀ। ସର୍ଚ୍ଚ ଅପରେସନ୍‌ରେ ଯାଇଥିବା ବିଏସ୍‌ଏଫ୍‌ ଯବାନମାନେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ଏପରି ଖବର ଆସିଛ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଉପାଞ୍ଜୁର ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥିଲା। ଏହା ପରେ ଅର୍ଥାତ ଆଜି ସକାଳେ ବିଏସ୍‌ଏଫ୍‌ ଯବାନମାନେ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାର ଜବାବ ଦେଇଥିଲେ ଯବାନ। ଉଭୟଙ୍କ ଭିତରେ ଦୀର୍ଘ ସମୟ ଧରି ଚାଲିଲା ଗୁଳି ବିନିମୟ। ନକ୍ସଲଙ୍କ ଗୁଳିରେ ବିଏସ୍‌ଏଫ୍‌ର ଜଣେ ଯବାନ ଆହତ ହୋଇଥିଲେ। ସେପଟେ ଯବାନଙ୍କ ଗୁଳିରେ ଜଣେ ହାର୍ଡ କୋର୍‌ ମହିଳା ନକ୍ସଲ ଗୁରୁତର ଆହତ ହୋଇ ରକ୍ତାକ୍ତ ହୋଇ ଜଙ୍ଗଲରେ ପଡ଼ିଥିଲେ। ଚାଲି ପାରୁନଥିବାରୁ ସାଥୀମାନେ ମହିଳା ନକ୍ସଲଙ୍କୁ ଛାଡ଼ି ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିଲେ।

ବିଏସ୍‌ଏଫ୍‌ ଯବାନମାନେ ଉପାଞ୍ଜୁର ଜଙ୍ଗଲ ସର୍ଚ୍ଚ ଅପରେସନ୍‌ କରିଥିଲା। ସେହି ସମୟରେ ଆହତ ମହିଳା ନକ୍ସଲଙ୍କୁ ଦେଖିବାକୁ ପାଇଥିଲେ। ତାଙ୍କୁ ଯବାନମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାଙ୍କେର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଆହ ମହିଳା ନକ୍ସଲ ହେଉଛନ୍ତି RKB ଡିଭିଜନ୍‌ର କମାଣ୍ଡାଣ୍ଟ।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/MKDmiyu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages