ମଦ ଦାମ୍‌ରୁ ୫ ଟଙ୍କା କମ୍‌ ଦେଲେ ଗରାଖ, ପିଟି ପିଟି ମାରିଦେଲେ ଦୋକାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 30, 2023

ମଦ ଦାମ୍‌ରୁ ୫ ଟଙ୍କା କମ୍‌ ଦେଲେ ଗରାଖ, ପିଟି ପିଟି ମାରିଦେଲେ ଦୋକାନୀ

ମଦ କିଣିବା ବେଳେ ଗରାଖ ଓ ଦୋକାନୀଙ୍କ ମଧ୍ୟରେ ଆରମ୍ଭ ହେଲା ବଚସା। ଗରାଖଜଣକ ମାତ୍ର ୫ ଟଙ୍କା କମ୍‌ ଦେଇଥିବାରୁ ରାଗି ପାଚି ଲାଲ୍‌ ପଡ଼ିଗଲେ ଦୋକାନୀ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିବା ବଚସା କ୍ରମଶଃ ହାତାହାତିରେ ପହଞ୍ଚିଲା। ଦୋକାନୀଙ୍କ ମାଡ଼ରେ ଗୁରୁତର ହୋଇ ପଡ଼ିଥିବା ଗରାଖଜଣକ ଶେଷରେ ହସ୍ପିଟାଲ ବେଡରେ ଆଖି ବୁଜିଥିବା ଜଣାଯାଇଛି। ଏପରି ଏକ ଅପ୍ରୀତିକର ପରିସ୍ଥତି ପଶ୍ଚିମବଙ୍ଗର ରାଜଧାନୀ କୋଲକତାରେ ଘଟିଛି। ପୁଲିସ୍‌ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି। ମୃତକ ହେଲେ ୪୭ ବର୍ଷୀୟ ସୁଶାନ୍ତ ମଣ୍ଡଳ।

ଗତକାଲି ଅପରାହ୍ନରେ ସୁଶାନ୍ତ ଘର ପାଖ ମଦ ଦୋକାନକୁ ମଦ କିଣିବାକୁ ଯାଇଥିଲେ। ସେ କିଣିଥିବା ମଦର ମୂଲ୍ୟରୁ ୫ ଟଙ୍କା କମ୍‌ ଦେଇଥିଲେ। ଏହାକୁ ନେଇ ଦୋକାନୀଙ୍କ ସହ ତାଙ୍କର ବଚସା ଆରମ୍ଭ ହୋଇଗଲା। ଏହାପରେ ଦୋକାନ କର୍ମଚାରୀ ତାଙ୍କୁ ନିର୍ଧୂମ ପିଟିଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୁଶାନ୍ତଙ୍କ ପରିବାର ଲୋକେ ମଦ ଦୋକାନରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। ଏଥିସହ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବାରୁ ଦୀର୍ଘ ସମୟ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ଦୋକାନର ସିସିଟିଭି ଫୁଟେଜ ଆଧାରରେ ୪ ଅଭିଯୁକ୍ତଙ୍କୁ ବାନ୍ଧିଥିବା ଜଣାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯିବ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CchV0uJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages