ଦିବ୍ୟାଙ୍ଗ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବାପା ଆଉ ଦାଦା। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଝାଡ଼ଖଣ୍ଡର ସିମଡେଗା ଅଞ୍ଚଳର ନିରୁପାଲ ମେହୋତ। ସେ ଠିକା ସଂସ୍ଥାରେ ମିକ୍ଚର ମେସିନ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ନିରୁପାଲଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ବାପା ଆଉ ଦାଦାକୁ ଗିରଫ କରିଛି।
ରାଇକିଆ ଥାନା ଅଞ୍ଚଳରେ ରାସ୍ତା କାମ ଚାଲିଛି। ଏହି ରାସ୍ତାକାମରେ ନିୟୋଜିତ ହୋଇଥିବା ମିକ୍ଚର ମେସିନର ଡ୍ରାଇଭର ଭାବେ କାମ କରୁଥିଲେ ନିରୁପାଲ। ରାଇକିଆ ଥାନା ଅଞ୍ଚଳରେ ଡ୍ରାଇଭର ସମେତ କିଛି ଶ୍ରମିକ କ୍ୟାମ୍ପ କରି ରହୁଥିଲେ। ଦିବ୍ୟାଙ୍ଗ ନାବାଳିକା ଘର ସେହି କ୍ୟାମ୍ପ ନିକଟରେ। ଶନିବାର ସନ୍ଧ୍ୟା ସମୟରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିରୁପାଲ ରହୁଥିବା କ୍ୟାମ୍ପକୁ ଡାକିଥିଲେ। ସେଠାରେ ଅସଦାଚରଣ କରିଥିଲେ। ଏହି ସମୟରେ ନାବାଳିକାର ବାପା ସେଠାରେ ପହଞ୍ଚି ଯାଇଥିଲେ। ପରେ ତାଙ୍କ ଦାଦା ମଧ୍ୟ ପହଞ୍ଚି ଯାଇଥିଲେ। ଉଭୟ ନିରୁପାଲକୁ ପିଟିପିଟି ହତ୍ୟା କରିଥିଲେ।
ଏନେଇ ସଂସ୍ଥାର କର୍ମଚାରୀ ଘଟଣା ସମ୍ପର୍କରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଗତକାଲି ଦୁଇ ଭାଇଙ୍କୁ ପୁଲିସ ଗିରଫ କରିଥିଲା। ହତ୍ୟାକାଣ୍ଡ ଘଟିବା ପରେ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀ ଭୟରେ ସେ ସ୍ଥାନ ଛାଡି ଚାଲି ଯାଇଛନ୍ତି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LJqfI2h
No comments:
Post a Comment