ପୁଅ ସ୍କୁଲ ଗଲା ନାହିଁ ବୋଲି ବାପା ଦେଲା ଚେଙ୍କ। ଏହି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରୁ। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ ମା’ଙ୍କୁ ଅଟକ ରଖିଛି।
ଗତ କିଛି ଦିନ ତଳେ ଏହି ଘଟଣା ଘଟିଥିଲା। ଚେଙ୍କ ଖାଇଥିବା ୧୨ ବର୍ଷୀୟ ନାବାଳକଙ୍କ ଅବସ୍ଥା ଗୁରୁତର ହେବା ପରେ କଥା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ ଲାଇନକୁ ଯୋଗାଯୋଗ କରିଥିଲେ।
ଚାଇଲ୍ଡ ଲାଇନ ସଦସ୍ୟମାନେ ଆସିବା ପରେ ପୁଲିସ ଉପସ୍ଥିତିରେ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ପୁଲିସ ତାଙ୍କ ବାପା ଓ ସାବତ ମା’ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁଯାୟୀ, ପିଲାଟିକୁ ଚେଙ୍କ ଦେବାକୁ ତାଙ୍କ ସାବତ ମା’ ପ୍ରବର୍ତ୍ତାଇ ଥିଲେ।
ଅନୁଗୋଳରୁ ବିରଜା ପ୍ରସାଦ ଦାଶଙ୍କ ରିପୋର୍ଟ
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BuTIOqK
No comments:
Post a Comment