ବଳାତ୍କାରର ଶିକାର ହୋଇ ବିଷ ପିଇ ଦେଇଥିବା ସିକ୍ୟୁରିଟି ଗାର୍ଡ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଇଜ୍ଜତ ହରାଇବା ପରେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ଯୁବତୀଜଣକ ବିଷ ପିଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଗତକାଲି ସେ ଆଖି ବୁଜି ଦେଇଥିବା ଜଣାଯାଇଛି। ଏପରି ଏକ ସ୍ପର୍ଶକାତର ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟଙ୍କୁ ପୁଲିସ୍ ବାନ୍ଧି ସାରିଛି।
୪ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେବା ପରେ ଝିଅ ବିଷ ପିଇ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ମାତ୍ର ସିସିଟିଭି ଯାଞ୍ଚରୁ ଏହା ଗଣବଳାତ୍କାର ମାମଲା ନୁହେଁ ବୋଲି ପୁଲିସ୍ ସ୍ପଷ୍ଟ କରିଛି। ପୁଲିସ୍ ପକ୍ଷରୁ ମୃତା ଯୁବତୀଙ୍କ ଭିସେରା ରିପୋର୍ଟ ଲାବରୋଟାରୀକୁ ପଠାଯାଇଛି।
ପୁଲିସ୍ ସୂଚନା ଅନୁସାରେ, ଗତ ରବିବାର ଏହି ଘଟଣା ଘଟିଥିଲା। ଗାଜିଆବାଦର ଏକ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିଲା । ପୀଡ଼ିତାଙ୍କ ସୁପରଭାଇଜର ଅଜୟ ତାଙ୍କୁ ବଳାତ୍କାର କରିଥିବା ପୁଲିସ୍ କହିଛି।
ଏହାପରେ ପୀଡ଼ିତା ବିଷ ପିଇ ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତକାଲି ସେ ଆଖି ବୁଜି ଦେଇଥିଲେ।
ପୀଡ଼ିତାଙ୍କ ଘର ଝାରଖଣ୍ଡରେ। ସେ ଏଠାରେ ତାଙ୍କ ସମ୍ପର୍କୀୟ ମାଉସୀଙ୍କ ଘରେ ରୁହନ୍ତି। ନିକଟରେ ସେ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିବା ଆରମ୍ଭ କରିଥିଲେ। ମାତ୍ର ଖୁବ୍ ଅଳ୍ପ ଦିନ ଭିତରେ ଘଟିଥିବା ଅଘଟଣ ଯୋଗୁ ଯୁବତୀଜଣକ ନିଜ ଜୀବନ ହାରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/5SflekD
No comments:
Post a Comment