ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଦମଦାର ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ କିଶୋର ଜେନା ସ୍ୱଦେଶ ଫେରିଛନ୍ତି। ବିଶ୍ୱ ଆଥଲେଟିକ୍ସରେ ଚମତ୍କାରିତା ନେଇ କିଶୋର କହିଛନ୍ତି, ଆମେ ଭାବିଥିଲୁ ଭଲ କରିବା ପାଇଁ। ଅଲିମ୍ପିକ୍ସ ପାଇଁ ସିଧା ଯୋଗ୍ୟତା ମିଳିନି। ଆଗକୁ ଏସିଆଡ୍ ଅଛି।
ଏସିଆଡ୍ରେ ଭଲ ପ୍ରଦର୍ଶନ କରି ଅଲିମ୍ପିକ୍ସ କ୍ୱାଲିଫାଏ କରିବା ପାଇଁ ଲକ୍ଷ୍ୟ ରଖିଛି।
ଯୋଗ୍ୟତା ପର୍ଯ୍ୟାୟରେ ଚାପ ଥିଲା। ହେଲେ ଫାଇନାଲ୍ରେ ଚାପ ନ ଥିଲା। ଏବେ ଯେମିତି ଟ୍ରେନିଂ ଚାଲିଥିଲା ଆଗକୁ ଚାଲିବ। ଚଳିତ ବର୍ଷ ୮୭ ମିଟର ପର୍ଯ୍ୟନ୍ତ ଜାଭଲିନ ଫିଙ୍ଗିବାକୁ ଆଶାବାଦୀ ରହିଛି ବୋଲି କିଶୋର କହିଛନ୍ତି।
ସ୍ୱର୍ଣ୍ଣିମ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କ ବାବଦରେ ମତ ରଖିଛନ୍ତି କିଶୋର। ସେ କହିଛନ୍ତି, ଆମେ ମଝିରେ ମଝିରେ କଥା ହେଉ। କୌଣସି ଥ୍ରୋ ଖରାପ ହେଲେ ପରବର୍ତ୍ତୀ ଥ୍ରୋ ପାଇଁ ପରାମର୍ଶ ଦିଅନ୍ତି।
ରାଜ୍ୟର ପ୍ରଥମ ବ୍ୟକ୍ତି ଭାବେ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିଲେ କିଶୋର ଜେନା। ସେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ଗତକାଲି ଅନୁଷ୍ଠିତ ହୋଇଥିଲା ଫାଇନାଲ। ପଦକ ଜିତି ପାରି ନଥିଲେ ମଧ୍ୟ ସେ ନିରାଶ କରି ନଥିଲେ। ତାଙ୍କ ପ୍ରଦର୍ଶନ ବେଶ୍ ଭଲ ଥିଲା। ସେ ୮୪.୭୭ ମିଟର ଜାଭଲିନ ପିଙ୍ଗି ପଞ୍ଚମ ସ୍ଥାନରେ ରହିଥିଲେ। ଏହା କିଶୋର ଜେନାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। କିଶୋରଙ୍କ ଏହି ଚମତ୍କାର ପ୍ରଦର୍ଶନ ପରେ ସାରା ରାଜ୍ୟରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନ୍ୟପକ୍ଷରେ କିଶୋରଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପରେ ଜାଭଲିନ ଫାଇନାଲରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ଭାରତର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FIeB8uD
No comments:
Post a Comment