୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ,ଜୀବନଯାତ୍ରା ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 4, 2023

୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ,ଜୀବନଯାତ୍ରା ଠପ୍‌

ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ। ଦୁଇ ମହିଳା ଅଫିସରଙ୍କ ହତ୍ୟା ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେପି ବନ୍ଦ ପାଳନ କରୁଛି। ବିଜେପି ମହିଳା ମୋର୍ଚ୍ଚା ଓ ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦିଆଯାଇଛି।

ରାଉରକେଲା ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନାରେ ଏ ଏସ୍ ଆଇ ଅଲିଶା ଲୁଗୁନଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବଣାଇ, ଗୁରୁଣ୍ଡିଆ, ଲହୁଣୀପଡା, କୋଇଡା ବ୍ଲକରେ ମଧ୍ୟ ବନ୍ଦର
ପ୍ରଭାବ ଦେଖିବାକୁ ମିଳିଛି। ଆଜି ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡ଼ିମଟର ବନ୍ଦ କରିଛନ୍ତି।

ବନ୍ଦ ପ୍ରଭାବରେ ଏନଏଚର ଦୁଇ ପାର୍ଶ୍ୱରେ ଶହ ଶହ ଗାଡିମଟର ଅଟକି ରହିଥିବାବେଳେ ବିଭିନ୍ନ ବସଷ୍ଟାଣ୍ଡରେ ବସ୍‌ ଗୁଡିକ ଛିଡ଼ା ହୋଇଛି। ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/n629Lsi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages