ଧାନ କ୍ଷେତ ଜଗିବାକୁ ଯାଇଥିଲେ, ୨ଚାଷୀଙ୍କୁ ଦଳି ମାରିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 3, 2023

ଧାନ କ୍ଷେତ ଜଗିବାକୁ ଯାଇଥିଲେ, ୨ଚାଷୀଙ୍କୁ ଦଳି ମାରିଦେଲା

ପାଚିଲା ଧାନକୁ ହାତୀପଲ ନଷ୍ଟ କରି ଦେଉଛି ବୋଲି ବିଲକୁ ଜଗିବାକୁ ଯାଇଥିଲେ। ଦୁଇ ଚାଷୀଙ୍କୁ ବିଲରେ ଦଳି ମାରିଦେଲା ଦନ୍ତା। ଏପରି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ପାରିଓରଡ ପଞ୍ଚାୟତର ଜରିଟାପୁ ଗ୍ରାମରେ। ମୃତକ ହେଲେ କୃଷ୍ଣ ଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା।

ହାତୀ ପଲ ପଶି ପାଚିଲା ଧାନ ନଷ୍ଟ କରି ଦେଉଛନ୍ତି। ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଧାନ ବିଲକୁ ଜଗିବାକୁ ଯାଇଥିଲେ। ଏହି ସମୟରେ ସେମାନେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। 

ଆଜି ସକାଳେ କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧରଙ୍କ ମୃତଦେହ ବିଲରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକ ଓ ବନ ବିଭାଗକୁ ଜଣାଇଥିଲେ। ଟାଙ୍ଗୀ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି। ଏହାସହ  ହାତୀ ପଲ କିପରି ଧାନ ଫସଲ ନଷ୍ଟ ନ କରିବେ ଏନେଇ ଗ୍ରାମବାସୀ କରିଛନ୍ତି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BhoHgdj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages