କାହାର ହେବ ମିଜୋରାମ? ଆରମ୍ଭ ହେଲା ଭୋଟ୍ ଗଣତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 3, 2023

କାହାର ହେବ ମିଜୋରାମ? ଆରମ୍ଭ ହେଲା ଭୋଟ୍ ଗଣତି

ଆଜି ଆସିବ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ। ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କାହାର ହେବ, ଭୋଟ୍ ଗଣତି ପରେ ସ୍ପଷ୍ଟ ହୋଇଯିବ। ଏହି ଆସନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। 

ଏକଜିଟ ପୋଲର ଆକଳନ ଅନୁଯାୟୀ କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ, କଂଗ୍ରେସ, ବିଜେପି ଓ ମିଜୋରାମ ପିପୁଲ ମୁଭମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ରହିବ। ଅନ୍ୟପଟେ ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା। ଏସବୁ ମଧ୍ୟରେ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର।

ଭୋଟ୍ ଗଣତି ପାଇଁ ୪୦ଟି କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ, ୪ହଜାର କାଉଣ୍ଟିଂ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି। ସେହିପରି ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ୨ ହଜାର ମିଜୋରାମ ପୁଲିସ ନିୟୋଜିତ ହୋଇଛନ୍ତି।

ପୂର୍ବରୁ ୩ ତାରିଖରେ ଭୋଟ ଗଣତି ପାଇଁ ସ୍ଥିର ହୋଇଥିଲା। ମାତ୍ର ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ଦିବସ ଥିବାରୁ ଏହିଦିନ
ଗଣତି ନ କରିବାକୁ ଦାବି ହୋଇଥିଲା। ସମସ୍ତ ରାଜନୈତିକ ଦଳଙ୍କ ଚିଠି ଆଧାରରେ ଭୋଟ ଗଣତି ତାରିଖ ଘୁଞ୍ଚାଇଥିଲେ ନିର୍ବାଚନ କମିଶନ।

ଗତକାଲି ଅନ୍ୟ ଚାରି ରାଜ୍ୟର ଫଳାଫଳ ପ୍ରକାଶ ପାଇଛି। ବହୁ ମତ ସହ ତିନି ରାଜ୍ୟରେ ପଦ୍ମ ଫୁଟାଇବାରେ ସଫଳ ହୋଇଛି ବିଜେପି। କିନ୍ତୁ କଂଗ୍ରେସ ହାତରୁ ଚାଲିଯାଇଛି ରାଜସ୍ଥାନ ଓ ଛତିଶଗଡ ଗଡ। ଦଳ କେବଳ ମାତ୍ର ଗୋଟିଏ ଆସନ ତେଲେଙ୍ଗାନା ଅକ୍ତିଆର କରିବାରେ ସଫଳ ହୋଇଛି।କିନ୍ତୁ ୨୦୨୪ ପାଇଁ ସେମିଫାଇନାଲ୍ କୁହାଯାଉଥିବା ଏହି ଫାଇଟରେ କୌଣସି ଆଞ୍ଚଳିକ ଦଳ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। 

ତେଲେଙ୍ଗାନାରେ ଦୁଇ ଦୁଇ ଥର ଗାଦି ଅକ୍ତିଆର କରିଥିବା କେସିଆର ମଧ୍ୟ ଫେଲ୍ ମାରି ଯାଇଛନ୍ତି। ତେବେ ମିଜୋରାମରେ ପୂର୍ବରୁ ଆଞ୍ଚଳିକ ଦଳ ଶାସନ ଥିବାରୁ ସେଠାରେ କାହାକୁ ପସନ୍ଦ କରୁଛନ୍ତି ଭୋଟର ତା' ଉପରେ ରହିଛି ସମସ୍ତଙ୍କ ନଜର।   



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ANl5opU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages