ରିଲିଜ୍‌ ହେଲା ଫିଲ୍ମ ‘ପାଟଣାଗଡ଼’ର ଟିଜର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ରିଲିଜ୍‌ ହେଲା ଫିଲ୍ମ ‘ପାଟଣାଗଡ଼’ର ଟିଜର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ‘ପାଟଣାଗଡ଼ ପାର୍ସଲ ବୋମା’ ଘଟଣା। ଯାହାକୁ ନେଇ ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ “ପାଟଣାଗଡ଼”। ନିକଟରେ ଏହି ପିଲ୍ମର ଟିଜର୍ ରିଲିଜ୍‌ ହୋଇଛି। ଏହା ଏକ ଦ୍ୱି-ଭାଷୀ ଫିଲ୍ମ। ଓଡ଼ିଆ ସହ ତେଲୁଗୁ ଭାଷାରେ ମଧ୍ୟ ଫିଲ୍ମଟି ରିଲିଜ୍‌ ହେବ। ଫିଲ୍ମରେ ବଲିଉଡ୍‌ ଅଭିନେତା ଅତୁଲ୍‌ କୁଲ୍‌କର୍ଣ୍ଣୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ପୂର୍ବରୁ ପୋଷ୍ଟର୍‌ରେ ଅତୁଲ୍‌ଙ୍କୁ ଦେଖି ଦର୍ଷକେ ଉତ୍ସାହିତ ଥିବା ବେଳେ ଟିଜର ସେ ଖୁସିକୁ ଡବଲ୍‌ କରିଦେଇଛି।

ଅନ୍ୟପଟେ ଫିଲ୍ମରେ ପାଟଣାଗଡ଼ ପାର୍ସଲ ବୋମାର ମାଷ୍ଟର୍‌ମାଇଣ୍ଡ୍ ପୁଞ୍ଜିଲାଲଙ୍କ ଭୂମିକାରେ ନଜର ଆସିବେ ଲୋକପ୍ରିୟ ଓଡିଆ ଅଭିନେତା ମନୋଜ ମିଶ୍ର । ଫିଲ୍ମର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା । ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି।

ତେବେ ଏହି ଫିଲ୍ମର ପୁର୍ବ ନାଁ “ବୁଲେଟ୍‌ ରାଜା ରଖାଯାଇଥିବା ବେଳେ ପରେ ଏହାକୁ ପରିବର୍ତ୍ତନ କରି ‘ପାଟଣାଗଡ଼’ ରଖାଯାଇଛି।



from OdishaReporter https://ift.tt/2LYVoqH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages