ବିଜେଡିକୁ କିଏ ଓ କାହିଁକି ଏମିତି କହି କଟାକ୍ଷ କଲେ ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ବିଜେଡିକୁ କିଏ ଓ କାହିଁକି ଏମିତି କହି କଟାକ୍ଷ କଲେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଜେଡି ବାସ୍ତବରେ ହେଉଛି ଓଡ଼ିଶାର ଲଲିପପ୍‌ ସରକାର।  ନବୀନବାବୁ ନିଜ ଶାସନକାଳ  ଭିତରେ ସମସ୍ତଙ୍କୁ ରୋଜଗାର ଦେଇପାରୁ ନାହାନ୍ତି । କିନ୍ତୁ ୧୯ ବର୍ଷ ହେଲା ଜନତାଙ୍କୁ ଭଣ୍ଡାଇ ଲଲିପପ୍ ଦେଇ ଆସୁଛନ୍ତି ।”

ଆଜି ଏକ ସାମ୍ବାଦିକ  ସମ୍ମିଳନୀରେ ଏମିତି ଅଭିଯୋଗ କରି ନବୀନଙ୍କୁ କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ।

ରାଜ୍ୟ ସରକାରଙ୍କ  ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ନେଇ ସେ କହିଛନ୍ତି ଯେ, ୧୯ ବର୍ଷରେ ୩୪ ଲକ୍ଷ ଭୋକିଲା ଲୋକ ରାଜ୍ୟରେ ଅଛନ୍ତି। ଯେଉଁମାନେ ଦିନକୁ ଦି’ ଓଳି ଖାଇବାକୁ ପାଉନାହାନ୍ତି। ଯାହାକି ରାଜ୍ୟ ସରକାରଙ୍କ ବଡ଼  ବିଫଳତା ।

ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଏକ ଭୟଙ୍କର ଭ୍ରଷ୍ଟାଚାର ବୋଲି ସେ କହିଛନ୍ତି । ଜନ ପ୍ରତିନିଧିଙ୍କୁ ନ ପଚାରି ବିନା  ଟେଣ୍ଡରରେ କାମ ଦିଆଯାଉଛି। ଲୋକତନ୍ତ୍ରର ତଣ୍ଟି ଚିପି ରାଜକୋଷକୁ ଚୁନ ଲଗାଯାଉଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ସିଂହ।  ରାଜ୍ୟର ମନ୍ତ୍ରୀ, ବିଧାୟକଙ୍କ ଭ୍ରଷ୍ଟ୍ରାଚାର ବିରୋଧରେ ବିଜେପି ଅଭିଯାନ ଆରମ୍ଭ କରିବ ବୋଲି ସେ କହିଛନ୍ତି ।



from OdishaReporter https://ift.tt/2uZomjU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages