ବସିବ କଂଗ୍ରେସ ବିଧାୟକ ଦଳ ବୈଠକ, ନିରଞ୍ଜନ କହିଲେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଅଭିଯାନ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ବସିବ କଂଗ୍ରେସ ବିଧାୟକ ଦଳ ବୈଠକ, ନିରଞ୍ଜନ କହିଲେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଅଭିଯାନ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ପ୍ରାକ୍‌ ନିର୍ବାଚନ ପ୍ରସ୍ତୁତି । ଆଗାମୀ ନିର୍ବାଚନକୁ  ନେଇ ଷ୍ଟ୍ରାଟେଜି ପ୍ରସ୍ତୁତ କରିବ ଦଳ। ଏନେଇ ଆଜି ବସୁଛି କଂଗ୍ରେସ ବିଧାୟକ ଦଳ ବୈଠକ ।

ବିରୋଧୀ ଦଳ ନେତା  ନରସିଂହ ମିଶ୍ରଙ୍କ ବାସଭବନରେ ଏହି ବୈଠକ ବସିବ। ରାଜ୍ୟ  ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରସ୍ତୁତ  ହେବ ଗେମ୍ ପ୍ଲାନ୍ । ଲୋକଙ୍କୁ ଏନେଇ ଅବଗତ କରିବ କଂଗ୍ରେସ ।

ଏହାସହ ୨୦୧୯ ନିର୍ବାଚନ ପୂର୍ବରୁ ଆଜି ଏନେଇ ଅଙ୍କ କଷିବ ଦଳ।  କିପରି ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ପହଞ୍ଚି ହେବ ସେ ନେଇ  ଆଲୋଚନା ହେବ ।

ବିଧାୟକ ଦଳ ବୈଠକ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଗୁଆ  ନିର୍ବାଚନ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ସଜବାଜ  ହେଉଥିବା ବେଳେ କଂଗ୍ରେସ ବି ଏନେଇ ଅଣ୍ଟା ଭିଡ଼ିଛି। ତେବେ ଅଗଷ୍ଟ  ୧୫ ପରେ କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ସେ  କହିଛନ୍ତି।

ଏହି ବୈଠକ ହଠାତ୍ ନୁହେଁ, ପୂର୍ବ ନିର୍ଦ୍ଧାରିତ ଥିଲା ବୋଲି କହିଛନ୍ତି ନିରଞ୍ଜନ।



from OdishaReporter https://ift.tt/2LUL3vR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages