
ବଲାଙ୍ଗିର (ସସ୍ମିତା ସାହୁ): ଦିନେ ଯେଉଁ ଅଗ୍ନିକୁ ସାକ୍ଷୀ ରଖି ସେ ସ୍ୱାମୀଙ୍କ ହାତ ଧରିଥିଲେ, ଏବେ ସେଇ ନିଆଁରେ ଜୀବନ ଚାଲିଗଲା। ନୂଆ ସଂସାର ଗଢ଼ିବା ପାଇଁ ବାପଘର ଛାଡ଼ି ଶ୍ୱଶୁର ଘରକୁ ଯାଇଥିଲେ। କିନ୍ତୁ ସାଂସାର ଗଢ଼ିବା ଆଗରୁ ସବୁଦିନ ପାଇଁ ଜୁଈରେ ଶୋଇଗଲେ। ଯୌତୁକ ପାଇଁ ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ଜୀବନ ହାରିଥିବା ନବବଧୂଙ୍କ ବାପଘର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୂରା ଘଟଣାଟି ଏହିପରି। ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ସତ୍ୟାଘାଟ ଗାଁର ଆଲୋକ ମହାନ୍ତିଙ୍କ ପୁଅ ଗତବର୍ଷ ଉପରବାହାଲ ଗାଁର ସଞ୍ଜୁଲତା ମହାନ୍ତିଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବିବାହ ପରେ ସେମାନଙ୍କ ସାଂସାର ହସଖୁସିରେ ଚାଲିଥିଲା। କିନ୍ତୁ ହଠାତ୍ ଆଜି ସକାଳେ ସଞ୍ଜୁଲତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘରୁ ମିଳିଥିଲା। ପରିବାର ଲୋକଙ୍କଠାରୁ ଖବର ପାଇ ପୁଲିସ ଘରୁ ମୃତଦେହ ଜବତ କରିଥିଲା। ଏହାକୁ ପରିବାର ଲୋକେ ଆତ୍ମହତ୍ୟା ବୋଲି କହୁଥିବା ବେଳେ ବାପଘର ଲୋକେ ଅଭିଯୋଗ କରିଛନ୍ତି, ସଞ୍ଜୁଲତାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି।
from OdishaReporter https://ift.tt/2JxRuTD
No comments:
Post a Comment