
ମୁମ୍ବାଇ: ଆଜି ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜନ୍ମଦିନ। ୧୮ ଜୁଲାଇ ୧୯୮୨ରେ ତାଙ୍କର ଜନ୍ମ ହଇଥିଲା। ତେବେ ୩୬ ବର୍ଷୀୟ ପ୍ରିୟଙ୍କା ନିଜ ଜନ୍ମଦିନକୁ ବେଶ୍ ଧୁମ୍ ଧାମ୍ରେ ପାଳନ କରିଛନ୍ତି। ଯେତେବେଳେ ପ୍ରିୟଙ୍କା ୫ବର୍ଷର ହୋଇଥିଲେ ସେବେଠୁ ସେ ତାଙ୍କର ପ୍ରତ୍ୟେକ ଜନ୍ମଦିନ ଦିନ ଅନାଥ ଆଶ୍ରମ ଯାଆନ୍ତି ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା।
ଏଥର ମଧ୍ୟ ପ୍ରିୟଙ୍କା ଅନାଥ ଆଶ୍ରମ ଯିବେ। ପ୍ରିୟଙ୍କା ଜଣେ ଦକ୍ଷ ଅଭିନେତ୍ରୀ। ସେ ସବୁବେଳେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରନ୍ତି। ଏବେ ତାଙ୍କ ରିଅଲ ଲାଇଫ୍ରେ ଆଉ ଗୋଟେ ଟର୍ଣ୍ଣି ପଏଣ୍ଟ ଆସିଛି। ଖୁବ୍ ଶୀଘ୍ର ସେ ହାତରୁ ଦି ହାତ ହେବେ। ତେବେ ଆଜି ସେ ଲଣ୍ଡନରେ ବୟଫ୍ରେଣ୍ଡ ନିକ୍ ଜୋନ୍ସଙ୍କ ସହ ଜନ୍ମଦିନ ପାଳନ କରିବେ ପ୍ରିୟଙ୍କା ।
ଗତ କାଲି ରାତିରେ ତାଙ୍କୁ ଲଣ୍ଡନର ଏକ ରେଷ୍ଟୁରାଣ୍ଟ ବାହାରେ ଏକାଠି ଦେଖିବାକୁ ମିଳିଥିଲା। ଗତ କିଛି ଦିନ ହେବ ପ୍ରିୟଙ୍କା ଏବଂ ନିକ୍ଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଜନ୍ମଦିନ ଅବସରରେ ପ୍ରିୟଙ୍କା ନିକ୍ଙ୍କ ସହ ନିର୍ବନ୍ଧ କରିବେ ବୋଲି ସୂଚନା ମିଳୁଛି।
from OdishaReporter https://ift.tt/2O0wR6e


No comments:
Post a Comment