ମୋଦି ସରକାର ବିରୋଧୀ ଅନାସ୍ଥାରେ କ’ଣ କରିବ ବିଜେଡି? ସମର୍ଥନ ନା ବିରୋଧ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ମୋଦି ସରକାର ବିରୋଧୀ ଅନାସ୍ଥାରେ କ’ଣ କରିବ ବିଜେଡି? ସମର୍ଥନ ନା ବିରୋଧ?

ଭୁବନେଶ୍ୱର (ପ୍ରକାଶ ସେଠୀ): ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟ୍‌ଦାନ ପ୍ରକ୍ରିୟାରୁ ବିଜେଡି ଦୂରେଇ ରହିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଅବଶ୍ୟ ଦଳ ପକ୍ଷରୁଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ଆସନ୍ତାକାଲି ଦଳର ସାଂସଦ ମାନଙ୍କ ବୈଠକ ବସି ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

ଦଳର ଜଣେ ବରିଷ୍ଠ ସାଂସଦ ଏହି ଅନାସ୍ଥା ପ୍ରସ୍ତାବ ଉପରେ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ବଜାୟ ରଖିବା ନୀତିରେ ବିଜେଡି କାଏମ୍‌ ରହିଛି। ତେଣୁ ଅନାସ୍ଥା ପ୍ରସ୍ତାବ ଆଗତକୁ ଗୃହରେ ବିରୋଧୀ ଦଳର କେତେଜଣ ସମର୍ଥନ କରୁଛନ୍ତି ବୋଲି ବାଚସ୍ପତି ସୁମିତ୍ରା ମହଜାନ ପଚାରିବା ବେଳେ ବିଜେଡି ସାଂସଦମାନେ ନିରବ ରହିଥିଲେ। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଦଳର ଦୁଇଜଣ ବରିଷ୍ଠ ସାଂସଦଙ୍କ ସହ ଆଜି ପୂର୍ବାହ୍ନରେ ଟେଲିଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ତେଣୁ ଆସନ୍ତାକାଲି ବିଜେଡି ସଂସଦୀୟ ଦଳର ବୈଠକ ବସି ଏ ପ୍ରସଙ୍ଗରେ ବିଚାରବିମର୍ଶ ହେବ ଏବଂ ସମସ୍ତ ସାଂସଦଙ୍କୁ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ଯଦିଓ ରାଜ୍ୟରେ ବିଜେଡି ସହ ବିଜେପି ମୁହାଁମୁହିଁ ସ୍ଥିତିରେ ରହିଛି, ତଥାପି ସମଦୂରତ୍ୱ ନୀତିରେ କାଏମ ରହିଥିବାରୁ କଂଗ୍ରେସକୁ ପରୋକ୍ଷରେ ସୁହାଇବା ଭଳି କୌଣସି କାର୍ଯ୍ୟ ଦଳ କରିବ ନାହିଁ। ତେବେ ୨୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଦଳର ସାଂସଦମାନେ କକ୍ଷତ୍ୟାଗ କରିବେ ନା ସମ୍ପୂର୍ଣ୍ଣ ଭାବେ ଅନୁପସ୍ଥିତ ରହିବେ ତାହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନି। କେବଳ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟଦାନରୁ ସାଂସଦ ମାନଙ୍କୁ ଦୂରେଇ ରହିବା ପାଇଁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି ବୋଲି ଏହି ସୂତ୍ରରୁ ଜଣାପଡ଼ିଛି।

ବିଜେଡିର ଅନ୍ୟଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ୨୦ ତାରିଖରେ ଗୃହର ସ୍ଥିତିକୁ ଦେଖି ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ମଧ୍ୟ ହୋଇପାରେ। କିନ୍ତୁ ମୋଦି ସରକାର ବିରୋଧରେ କୌଣସି ପଦକ୍ଷେପ ନେବା ସମ୍ଭାବନା କ୍ଷୀଣ।

ସୂଚନାଯୋଗ୍ୟ ଯେ, ଟିଡିପି ଓ ଅନ୍ୟାନ୍ୟ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସ୍ୱୀକାର କରିବା ସହ ଆସନ୍ତା ୨୦ ତାରିଖରେ ଏହା ଉପରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ବିଜେପି, କଂଗ୍ରେସ, ଏଆଇଡିଏମ୍‌କେ ଓ ତୃଣମୂଳ କଂଗ୍ରେସ ପରେ ବିଜେଡି ହେଉଛି ପଞ୍ଚମ ସର୍ବବୃହତ୍ ଦଳ। ଲୋକସଭାରେ ବିଜେଡିର ସାଂସଦଙ୍କ ସଂଖ୍ୟା ୨୦ ଜଣ ରହିଛନ୍ତି। ଲୋକସଭାରରୁ ଲସ୍‌ ଅଫ୍‌ ପ୍ରୋସିଜିଓର୍‌ର ରୁଲ୍‌ସ-୧୯୮ ଅନୁସାରେ ଗୃହର ଯେକୌଣସି ସଦସ୍ୟ ଲିଖିତ ଭାବେ ଅନାସ୍ଥା ପ୍ରସ୍ତାବ ଆଣିପାରିବେ। ଲୋକସଭାରେ ଅତିକମ୍‌ରେ ୫୦ଜଣ ସଦସ୍ୟ ଉକ୍ତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ପରେ ତାକୁ ବାଚସ୍ପତି ସ୍ୱୀକାର କରିବେ। ଅନାସ୍ଥା ପ୍ରସ୍ତାବ କେବଳ ଲୋକସଭାରେ ଆସିପାରିବ ଓ ରାଜ୍ୟସଭାରେ ଆସିପାରିବ ନାହିଁ।



from OdishaReporter https://ift.tt/2NnqQiQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages