ଟେଷ୍ଟ ଟିମ୍‌ ଚୟନର ଏକ ଘଣ୍ଟା ପରେ, ମହମ୍ମଦ ସାମିଙ୍କ ପାଇଁ ଆସିଲା ଖରାପ ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଟେଷ୍ଟ ଟିମ୍‌ ଚୟନର ଏକ ଘଣ୍ଟା ପରେ, ମହମ୍ମଦ ସାମିଙ୍କ ପାଇଁ ଆସିଲା ଖରାପ ଖବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ପ୍ରଥମ ୩ଟି ଟେଷ୍ଟ ପାଇଁ ବୁଧବାର ଭାରତୀୟ କ୍ରିକେଟ୍‌ ଟିମ୍‌ ଘୋଷଣା କରାଯାଇଛି। ଏହି ୧୮ ସଦସୀୟ ଟେଷ୍ଟ୍‌ ଟିମ୍‌ରେ ଫାଷ୍ଟ୍‌ ବୋଲର୍‌ ମହମ୍ମଦ ସାମିଙ୍କୁ ଦଳରେ ସ୍ଥାନ ମିଳିଛି। କିନ୍ତୁ ଟିମ୍‌ ଚୟନର ଏକ ଘଣ୍ଟା ପରେ ତାଙ୍କ ପାଇଁ ଖରାପ ଖବର ଆସି ପହଞ୍ଚିଛି। ଯାହା ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Related image

ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ ଜହାନ୍‌ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। ଏହି ବିବାଦ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା। ଏହି ବିବାଦ ଧିରେ ଧିରେ ବଢ଼ି ବଢ଼ି ଚାଲିଛି। ଏହି ବିବାଦରେ ଆଜି ଆଉ ଏକ ମୋଡ଼ ନେଇଛି। ସାମି ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇବାର ୧ ଘଣ୍ଟା ପରେ କୋଲକାତାର ଅଲିପୁର କୋର୍ଟ ତାଙ୍କୁ ଏକ ସମନ ଜାରି କରିଛନ୍ତି। ଏହି ସମନ ଚେକ୍‌ ବାଉନ୍ସ୍‌ ହେବା ଅଭିଯୋଗରେ ଜାରି କରାଯାଇଛି। ପତ୍ନୀ ହସିନ ଜହାନଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଥିଲା। ହସିନ ଜହାନ ଅଭିଯୋଗ କରିଛନ୍ତି, ସାମି ଭରଣ ପୋଷଣ ପାଇଁ ତାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍‌  ଦେଇଥିଲେ। ହେଲେ ବ୍ୟାଙ୍କରେ ଟଙ୍କା ନଥିବାରୁ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଯାହାକୁ ନେଇ ସାମିଙ୍କ ନାଁରେ ହସିନ ଏକ ମାମଲା ଦାୟର କରିଥିଲେ। ଏହି ମାମଲାରେ ଅଲିପୁର କୋର୍ଟ ସାମିଙ୍କୁ  ସମନ ଜାରି କରିଛନ୍ତି।

ପୂର୍ବରୁ ହସିନ୍‌, ସାମିଙ୍କ ଉପେର ଅନେକ ସଙ୍ଗୀନ ଅଭିଯୋଗ ଲଗାଇଥିଲେ। ସାମି ବିବାହତି ହୋଇଥିଲେ ମଧ୍ୟ ଅନେକ ମହିଳାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଛି। କେବଳ ଏତିକି ନୁହେଁ ସାମି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମ୍ୟାଚ୍‌ ଫିକ୍ସିଂରେ ମଧ୍ୟ ସାମିଲ ବୋଲି ହସିନ ଅଭିଯୋଗ କରିଥିଲେ।

Image result for hasin jahan



from OdishaReporter https://ift.tt/2NohfIu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages