
ଭୁବନେଶ୍ୱର (ଓଡିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେଠୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଆରମ୍ଭ କରିଛି। ଆଜି ଟି.ଗୋପୀଙ୍କୁ ଦଳର ସମ୍ପାଦକ, କେନ୍ଦୁଝର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଏବଂ ୨ଟି ଜିଲ୍ଲାରେ ନୂଆ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତି ପାଇଛନ୍ତି।
ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ସଦର ବିଧାନସଭା ମଣ୍ଡଳୀ ପାଇଁ ସଂଗ୍ରାମ କେଶରୀ ପାଇକରାୟ, ପାଟଣା ନିର୍ବାଚନମଣ୍ଡଳୀ ପାଇଁ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ଅଶୋକ ବଳ ଓ ତେଲ୍କୋଇ ନିର୍ବାଚନମଣ୍ଡଳୀ ପାଇଁ ଦୀପକ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି କୋରାପୁଟ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ଭଗବାନ ଗନ୍ତାୟତ ଓ ମାଲକାନଗିରି ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ସୁଧୀର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଟି.ଗୋପୀଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ପୂର୍ବରୁ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି ମିଳିଥିଲା।
from OdishaReporter https://ift.tt/2uKSqyx
No comments:
Post a Comment