କେଉଁଠି ମାଂସ ଓହଳିଛି ତ’ ଆଉ କେଉଁଠି ବଢି ଚାଲିଛି ଲୋମ: କିଏ ହେବ କାହ୍ନାକୁ ସାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

କେଉଁଠି ମାଂସ ଓହଳିଛି ତ’ ଆଉ କେଉଁଠି ବଢି ଚାଲିଛି ଲୋମ: କିଏ ହେବ କାହ୍ନାକୁ ସାହା

ବ୍ରହ୍ମପୁର/ ଭଂଜନଗର ( ଅଶୋକ ବ୍ରହ୍ମା/ପ୍ରଦୀପ କୁମାର ସ୍ୱାଇଁ): ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡାର ୫ ବର୍ଷ ବୟସର ଛୁଆଟିଏ । ହେଲେ ଅଦ୍ଭୁତ ଦେଖାଯାଉଛି ସାରା ଶରୀର।  କେଉଁଠି ଓହଳି ପଡ଼ିଛି ମାଂସ ତ’ ଆଉ କେଉଁଠି ଅସ୍ୱାଭାବିକ୍‌ ଭାବେ ମାଡ଼ିଯାଇଛି ଲୋମ। କେତେବେଳେ ତାକୁ କିଏ ଟାହିଟାପରା କରୁଛନ୍ତି ତ’ ଆଉ କିଏ ତା’ପାଖ ମାଡୁନାହାନ୍ତି।  ଡାକ୍ତର ବି କହୁଛନ୍ତି, ଚିକିତ୍ସା ସମ୍ଭବ ନୁହେଁ।  ହେଲେ କେମିତି ହେବ ପୁଅର ଚିକିତ୍ସା, କେମିତି ତା’ଚେହେରାରେ ଆସିବ ପରିବର୍ତ୍ତନ ? ତାକୁ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଦିନ ମଜୁରୀଆ ବାପା,ମା।

ଆଉ ସେ ହେଉଛି କାହ୍ନା । ରୂପ ତା’ର ଭିନ୍ନ। ତାଳୁରୁ ତଳିପା, ଢ଼ାଙ୍କି ହୋଇଯାଇଛି କଳା ମଚ୍ ମଚ୍ ଲୋମରେ।  ଅଦ୍ଭୁତ ଦେଖାଯାଉଛି ଶରୀର। ଡାହାଣ ମୁହଁରେ ମାଡ଼ି ବସିଛି ମାଂସଳ ବଥ। ତା’ସତ୍ତ୍ୱେ ବି କେତେବେଳେ ପାଠ ପଢ଼ୁଛି ତ’ ଆଉ କେତେବେଳେ ନିଜ ଚେହେରାକୁ ଦର୍ପଣରେ ଦେଖି ନିଜେ ହସୁଛି । ଗଂଜାମ ଜିଲ୍ଲା ଗାୟଗଣ୍ଡା ପଞ୍ଚାୟତ ବାଘୁଆ ସାହିର କାହ୍ନାର ଏଭଳି ଅବସ୍ଥା ଜନ୍ମରୁ।  ପ୍ରଥମେ କଳା ଦାଗ ସହ ଛୋଟ ବଥ ଥିଲା ମୁହଁରେ । ଏହା ଏବେ ମାଡ଼ିଯାଇଛି ଶରୀରର ଅନେକ ସ୍ଥାନକୁ । ଏଥିପାଇଁ କାହ୍ନାକୁ ଶୁଣିବାକୁ ପଡୁଛି ନାନା ଟାହି ଟାପରା। ସ୍କୁଲ ପାଠ ପଢ଼ାରୁ ତାକୁ ବଞ୍ଚିତ ହେବାକୁ ପଡ଼ୁଛି । କାହ୍ନାର ଏଭଳି ସମସ୍ୟା ସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଆମେ ଅବଗତ କରାଇଥିଲୁ । ଏହାପରେ ସେ ବ୍ରହ୍ମପୁର ବଡ଼ମେଡ଼ିକାଲ୍କୁ ଚିକିତ୍ସା ପାଇଁ ପଠାଇବାର ବନ୍ଦୋବସ୍ତ କରାଇଥିଲେ ବୋଲି କାହ୍ନାର ମା’ କହିଛନ୍ତି। ଆଉ ଏବେ କାହ୍ନାକୁ ଧରି ପରିବାର ଲୋକେ ପହଞ୍ଚିଛନ୍ତି ବ୍ରହ୍ମପୁର ବଡ଼ଡାକ୍ତରଖାନାରେ । ଡାକ୍ତର କହୁଛନ୍ତି, ଜିନ୍‌ଗତ ତ୍ରୁଟି ଯୋଗୁ ଦେଖାଦେଇଥିବା ଏଭଳି ସମସ୍ୟାରୁ  ଆରୋଗ୍ୟ ଲାଭ କରିବା ଅସମ୍ଭବ।  କେବଳ ଯାହା ଆଖି, ନାକ ଏବଂ ପାଟି ନିକଟରେ ଓହଳି ଥିବା ମାଂସକୁ ଅପରେସନ୍ କରି ଅଳ୍ପ ମାତ୍ରାରେ ବାହାର କରିଦିଆଯାଇପାରିବ।  କିନ୍ତୁ ଲୋମଶ ଅଂଶକୁ ସମ୍ପୂର୍ଣ୍ଣ ବାହାର କରିବା ସମ୍ଭବ ନୁହେଁ।

ତେବେ କାରଣ ଏବଂ ନିରାକରଣ ଯାହା ବି ହେଉ । ଯଦି କନ୍ଧମାଳର ଜଗା କାଳିଆଙ୍କ ଭଳି ଯଦି ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରନ୍ତା, ଆଉ ସରକାରୀ ସହାୟତା ଯୋଗାଇ ଦିଆଯାଆନ୍ତା ହୁଏତ କାହ୍ନାର ଭାଗ୍ୟରେ ବି ସୃଷ୍ଟି ହୁଅନ୍ତା ଏକ ନୂଆ ଅଧ୍ୟାୟ ।



from OdishaReporter https://ift.tt/2O1vYKj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages