ଭୁବନେଶ୍ୱର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରକୁ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଭୁବନେଶ୍ୱର ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସହରରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳ ଓ ସିଆରପିଏଫ୍ ଛକ ମଧ୍ୟରେ ଥିବା ଇସ୍କନ ମନ୍ଦିର ନିକଟରେ ଜାତୀୟ ରାଜପଥ-୧୬ର ସର୍ଭିସ ଲେନ୍‌ରେ ପ୍ରତିଥର ବର୍ଷା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବର୍ଷା ବେଳେ ରାସ୍ତାରେ ୩ ଫୁଟର ପାଣି ଜମିବା ସହ ଯାତାୟତ ବନ୍ଦ ହୋଇଯାଉଛି। ରାସ୍ତାକଡ଼ରେ ଥିବା ଗାଡ଼ିଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଉଛି।


ଜାତୀୟ ରାଜପଥରେ ଯେବେଠୁ ଉଚ୍ଚ ବନ୍ଧ ନିର୍ମାଣ ହେଲାଣି ଓ ଜଳ ନିଷ୍କାସନର ସୁବିଧା ନ ହୋଇଛି ସେହି ଦିନଠୁ ଏହି ଅଂଚଳରେ ବର୍ଷା ବେଳେ ପାଣି ଜମିବା ସମସ୍ୟା ଉପୁଜିଥିବା ଅନୁଧ୍ୟାନ ବେଳେ ଜଣାପଡ଼ିଛି। ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଏନେଇ ବାରମ୍ୱାର ଅବଗତ କରାଯାଇଥିଲେ ମଧ୍ୟ ସେହି ସ୍ଥାନରେ ନିର୍ମିତ ହୋଇଥିବା ଉଚ୍ଚ ବନ୍ଧକୁ ଭାଙ୍ଗିବାକୁ ସେମାନେ ଆଗ୍ରହ ଦେଖାଉ ନାହାନ୍ତି।

ସେହିପରି ସମାନ ଅବସ୍ଥା ମଧ୍ୟ ଜାତୀୟ ରାଜପଥ-୧୬ରେ ଜୟଦେବ ବିହାର ଛକ, ରସୁଲଗଡ଼, ପଳାଶୁଣି ଓ ପାହାଳ ନିକଟରେ ସୃଷ୍ଟି ହେଉଛି। ତେଣୁ ବର୍ଷାଜଳ ନିଷ୍କାସନ ନିମନ୍ତେ ବାଣୀବହାରରୁ ଇସ୍କନ ପର୍ଯ୍ୟନ୍ତ, ରସୁଲଗଡ଼ ଓ ପାହାଳ ନିକଟରେ ସର୍ଭିସ ଲେନ୍ ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ କରିବାକୁ ଜାତୀୟ ରାଜପଥ କତୃର୍ପକ୍ଷଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ସେଥିପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି।



from OdishaReporter https://ift.tt/2O16vky

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages