ମୂଷା ପାଇଁ ୧୯ ହଜାର ଟଙ୍କା ତଣ୍ଡ ଗଣିବ ରେଲୱେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ମୂଷା ପାଇଁ ୧୯ ହଜାର ଟଙ୍କା ତଣ୍ଡ ଗଣିବ ରେଲୱେ

ମୁମ୍ବାଇ: ଆପଣ କେବେ ଟ୍ରେନ୍‌ରେ  ମୂଷା ଦେଖିଛନ୍ତି କି ? ଯଦି ଯାତ୍ରା କରୁଥିବା ସମୟରେ କେବେ ମୂଷା ହାବୁଡ଼ରେ ପଡ଼ନ୍ତି ତେବେ କ୍ଷତିପୂରଣ ପାଇଁ ଦାବି କରିପାରିବେ। ଏହି କ୍ଷତିପୂରଣ ଏମିତି ସେମିତି ନୁହଁ। ଏକଦମ୍‌ ବଡ଼ ଆମାଉଣ୍ଟର ଅର୍ଥ ଦାବି କରିପାରିବେ। ଏ କଥା କହିବାର ଅର୍ଥ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ବଗିରେ ମୂଷା ବାହାରିବାରୁ ଜଣେ ଓକିଲଙ୍କୁ ୧୯,୦୦୦ ଟଙ୍କା କ୍ଷତିପୂରଣ ମିଳିବ। ସମ୍ପୃକ୍ତ ଯାତ୍ରୀଙ୍କୁ ଏହି କ୍ଷତିପୂରଣ ଦେବାକୁ ଖାଉଟି ଅଦାଲତ ରେଲୱେକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ ଶୀତଲ କନକିଆ ନାମକ ଜଣେ ଓକିଲ ଏବଂ ତାଙ୍କ ସହଯୋଗୀ ହେମା କନକିଆ ମୁମ୍ବାଇ-ଏଣ୍ଣାକୁଲମ ଦୂରନ୍ତ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ଉଭୟେ ୨୦୧୫ ନଭେମ୍ବର ୭ରେ ଯାତ୍ରା ଆରମ୍ଭ କରି ୨୦୧୫ ନଭେମ୍ବର୧୫ରେ ଫେରୁଥିଲେ। ତେବେ ବାଟରେ ସେମାନେ ବସିଥିବା ସଂରକ୍ଷଣ ବଗିରେ ମୂଷା ବାହାରିଥିଲା। ଏନେଇ ଉଭୟେ ଶୀତଲ  ଓ ହେମା ଟିଟିଇଙ୍କ ପାଖରେ ଅଭିଯୋଗ କରିଥିଲେ। ବଗିଗୁଡ଼ିକୁ ପରିସ୍କାର ପରିଛନ୍ନ କରା ନ ଯିବା, ମୂଷା ବାହାରିବା, ଅଶ୍ୱାସ୍ଥ୍ୟକର ଖାଦ୍ୟ ଦିଆଯିବା, ଅପରିସ୍କାର ପାଣି ଦିଆଯିବା ଆଦି ଯାବତୀୟ ସମସ୍ୟା ସମ୍ପର୍କରେ ଭଭୟେ ଜଣାଥିଲେ। ହେଲେ ସମ୍ପୃକ୍ତ ଟିଟିଇ ତାଙ୍କ କଥା ଶୁଣି ନଥିଲେ କି ଏ ସମ୍ପର୍କରେ କୌଣସି ଅଧିକାରୀଙ୍କୁ ଅବଗତ କଲେ ନାହିଁ।

ତେଣୁ ଉଭୟେ ବାଧ୍ୟ ହୋଇ ଦକ୍ଷିଣ ମୁମ୍ବାଇର ଜିଲ୍ଲା ଖାଉଟି ଅଦାଲତରେ ୨ ଡିସେମ୍ବର ୨୦୧୫ରେ ଦ୍ୱାରସ୍ଥ ହୋଇଥିଲେ। ଟ୍ରେନ୍‌ରେ ନିମ୍ନମାର ଖାଦ୍ୟ ଦିଆଯିବା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ଯାତ୍ରା ପାଇଁ ଉଭୟେ ୬୬,୦୦୦ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ଏହି ମାମଲାର ବିଚାର କରି କୋର୍ଟ ସେଣ୍ଟ୍ରାଲ ରେଲୱେକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଉଭୟ ଅଭିଯୋଗକାରୀଙ୍କୁ ୧୯,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯାତ୍ରୀମାନେ ପ୍ରିମିୟମ ଟିକେଟ କାଟୁଛନ୍ତି। ସେମାନଙ୍କୁ ପ୍ରିମିୟମ ସେବା ମିଳିବା ଉଚିତ୍।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ



from OdishaReporter https://ift.tt/2uL1wv9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages