ମନ୍ତ୍ରୀଙ୍କ ଏନ୍‌ଜିଓ ପ୍ରୀତି: ଆଦିବାସୀ ଜିଲ୍ଲାକୁ କରୁଛନ୍ତି ଅନ୍ଧାରୀ ଗସ୍ତ, ସରକାରୀ କାମ ପାଇଁ ଚାପ ପକାଉଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ମନ୍ତ୍ରୀଙ୍କ ଏନ୍‌ଜିଓ ପ୍ରୀତି: ଆଦିବାସୀ ଜିଲ୍ଲାକୁ କରୁଛନ୍ତି ଅନ୍ଧାରୀ ଗସ୍ତ, ସରକାରୀ କାମ ପାଇଁ ଚାପ ପକାଉଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟ୍‌ର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଏନ୍‌ଜିଓ ପ୍ରୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଶୁଣିବାକୁ ମିଳୁଛି, ଏହି ମନ୍ତ୍ରୀ ଜଣକ କୁଆଡ଼େ ଏବେ ନିଜର ଜଣେ ଖାସ୍ ଅନୁଗତଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଏକ ଆଦିବାସୀ ବହୁଳ ଜିଲ୍ଲାର ପ୍ରଶାସନକୁ କଥାକଥାରେ ନାକେଦମ୍‌ କରୁଛନ୍ତି। ଏହି ଖାସ୍ ଅନୁଗତ କୁଆଡ଼େ ସେହି ଆଦିବାସୀ ବହୁଳ ଜିଲ୍ଲାରେ ଦୀର୍ଘଦିନ ଧରି ଏକ ଏନ୍‌ଜିଓ ଚଳାଇଛନ୍ତି। ଆଉ ତାଙ୍କ ଏନ୍‌ଜିଓ କିଭଳି କୋଟିକୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟାଦେଶ ନେବ ତାହା ଏହି ମନ୍ତ୍ରୀ କୁଆଡ଼େ ଭୁବନେଶ୍ୱରରେ ରହି ସ୍ଥିର କରୁଛନ୍ତି। ଏଥିପାଇଁ ସେ ସେହି ଜିଲ୍ଲା ପ୍ରଶାସନର ବିଭିନ୍ନ ପଦାଧିକାରୀଙ୍କୁ ସିଧାସଳଖ ଫୋନ୍‌ କରି ଚାପ ପକାଉଛନ୍ତି। ଶୁଣିବାକୁ ମିଳୁଛି, ଉପକୂଳ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏହି ମନ୍ତ୍ରୀ କୁଆଡ଼େ ମାସକୁ ଅତିକମ୍‌ରେ ୨-୩ ଥର ଉକ୍ତ ଆଦିବାସୀ ବହୁଳ ଜିଲ୍ଲାକୁ ଅନ୍ଧାରୀ ଗସ୍ତ କରିଥାନ୍ତି। ଯାହାର ଟେର୍‌ ବି ତାଙ୍କ ଅଫିସ୍‌ ପାଏନି। ମନ୍ତ୍ରୀ କୁଆଡ଼େ ଏହି ଅନ୍ଧାରୀଗସ୍ତ ବେଳେ ନିଜରଏହି ଅନୁଗତଙ୍କ ଖାସ୍‌ ଆତିଥ୍ୟ ଗ୍ରହଣ କରିଥାନ୍ତି। ଶୁଣିବାକୁ ମିଳୁଛି ଯେ, ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଭୋଟର୍‌ ହୋଇଥିବା ଏହି ଏନ୍‌ଜିଓ ମାଲିକଙ୍କ ମାଧ୍ୟମରେ କୁଆଡ଼େ ସିଏ ରାଜ୍ୟ ବାହାରେ କୋଟିକୋଟି ଟଙ୍କା ପୁଞ୍ଜି ମଧ୍ୟ ନିବେଶ କରିଛନ୍ତି। ମନ୍ତ୍ରୀଙ୍କ ଚାପ ଯୋଗୁ ଜିଲ୍ଲା ପ୍ରଶାସନ କୁଆଡେ଼ ଆଦିବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ବାଧ୍ୟ ହୋଇଏହି ଏନ୍‌ଜିଓକୁ ନ୍ୟସ୍ତ କରିଛି। କେବଳ ସେତିକି ନୁହେଁ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ବିଜେଡି ସଭାପତି ଥିବା ଏହି ମନ୍ତ୍ରୀ ଏବେ ପାୱାର କରିଡର୍‌ର ଖାସ୍ ହୋଇଥିବାରୁ କୁଆଡ଼େ ସାଂଗଠନିକ କାର୍ଯ୍ୟ ନାଁରେ ନିଜ ବିଭାଗରୁ ଆଖିବୁଜା ଅର୍ଥ ଆଦାୟ କରୁଛନ୍ତି। ତାଙ୍କ ବିଭାଗ ଅଧୀନରେ ହଜାର ହଜାର କୋଟି ଟଙ୍କାର ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଚାଲିଥିବାରୁ ସେଥିରେ କୁଆଡ଼େ ମନ୍ତ୍ରୀଙ୍କର ସିଂହଭାଗ ରହୁଛି। ଆଉ ଏସବୁ କୁଆଡ଼େ ପାୱାର୍ କରିଡର୍‌ର ପ୍ରଭାବଶାଳୀ ଅଫିସର୍‌ଙ୍କ ଇଙ୍ଗିତରେ ହେଉଛି ତଥା ଏ ସବୁ କାର୍ଯ୍ୟକ୍ରମରେ ରାଜ୍ୟ ବାହାରର କମ୍ପାନୀଗୁଡ଼ିକୁ କୁଆଡେ଼ ଅଗ୍ରାଧିକାର ଦିଆ ଯାଉଥିବା ଚର୍ଚ୍ଚା ହେଉଛି।



from OdishaReporter https://ift.tt/2zSckh6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages