କର୍ମୀ ତୁଷ୍ଟୀକରଣ ପାଇଁ ‘ଆମ ଗାଁ ଆମ ବିକାଶ’: ୫ ମାସରେ ବାଣ୍ଟି ସାରିଲେଣି ୫୪୮ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

କର୍ମୀ ତୁଷ୍ଟୀକରଣ ପାଇଁ ‘ଆମ ଗାଁ ଆମ ବିକାଶ’: ୫ ମାସରେ ବାଣ୍ଟି ସାରିଲେଣି ୫୪୮ କୋଟି

ଭୁବନେଶ୍ୱର(ପ୍ରକାଶ ସେଠୀ): ଦଳୀୟ କାର୍ଯ୍ୟକ୍ରମ ଆମ ଗାଁ ଆମ ବିକାଶକୁ ସରକାରୀ ଖୋଳପା ପିନ୍ଧାଇ କ୍ଷମତାସୀନ ବିଜେଡି ସରକାର ଗତ ୫ମାସ ମଧ୍ୟରେ୧୦୧ଟି ବ୍ଲକରେ ୫୪୭.୭୪ କୋଟି ଟଙ୍କାର ୨୧,୯୬୦ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ତେବେ ୩ବର୍ଷ ତଳର ପୁରୁଣା ସରକାରୀ କାର୍ଯ୍ୟକ୍ରମକୁ ପୁଣିଥରେ ନୂଆ ନାଁକୁ ପରିବର୍ତ୍ତନ କରିବା ଓ ଗ୍ରାମସଭାକୁ ଅଣଦେଖା କରି ‘ଅନ୍‌ ଦି ସ୍ପଟ୍‌ ’ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିବାର ଶୈଳୀକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରାଜ୍ୟ ପଂଚାୟତି ରାଜବିଭାଗ ପକ୍ଷରୁ୨୦୧୫ ଡିସେମ୍ୱର ୩ ତାରିଖରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ କାର୍ଯ୍ୟକ୍ରମ ‘ଆମ ଗାଁ ଆମ ଯୋଜନା’ କୁ ବିଜେଡି୨୦୧୭ ମେ’ ମାସରେ ସୁଚିନ୍ତିତ ଢଙ୍ଗରେ ହଡ଼ପ କରି ନୂଆ ନାଁ ‘ଆମ ଗାଁ ଆମ ବିକାଶ’ ଘୋଷଣା କରିଥିଲା। ତେବେ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମକୁ ସରକାରୀ ମାନ୍ୟତା ମିଳିବା ସହ ୧୨୫୦କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହୋଇଛି। ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଗ୍ରାମାଞ୍ଚଳର ବିକାଶ ପ୍ରକଳ୍ପ ଗୁଡ଼ିକୁ ଗ୍ରାମସଭା ମାଧ୍ୟମରେ ଅନୁମୋଦନ କରିବା ପାଇଁ ଓଡ଼ିଶା ଗ୍ରାମ୍ୟପଞ୍ଚାୟତ ଆଇନ-୧୯୬୪ର ଧାରା ୫ ଓ ୬ ଏବଂ ଓଡ଼ିଶା ଗ୍ରାମ୍ୟ ପଞ୍ଚାୟତ ରୁଲସ୍ ୩ ଓ ୪ରେ ପ୍ରାବଧାନ ରହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ୫ମାସ ଧରି ଏହାକୁ ଅଣଦେଖା କରି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‘ଅନ୍ ଦି ସ୍ପଟ୍’ ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ କରୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଗାଁର ବାସ୍ତବ ସମସ୍ୟା ପାଇଁ ଆବଶ୍ୟକ ପଡ଼ୁଥିବା ପ୍ରକଳ୍ପ ଗୁଡ଼ିକୁ ଏହି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ୍ କରାଯାଉନି।

ମୁଖ୍ୟମନ୍ତ୍ରୀ ଯେଉଁ ସବୁ ପ୍ରକଳ୍ପ ଗୁଡ଼ିକୁ ସଙ୍ଗେସଙ୍ଗେ ଅନୁମୋଦନ କରୁଛନ୍ତି ତାହା ପୂର୍ବରୁ ସ୍ଥିରୀକୃତ ପ୍ରକଳ୍ପ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। କାରଣ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପାଇଁ ଜାରି ଗାଇଡ୍‌ଲାଇନ୍‌ ଅନୁସାରେ ଗାଁର ରାସ୍ତା, ଡ୍ରେନ୍, କଲଭର୍ଟ, ପୋଲ, ବିଦ୍ୟୁତିକରଣ, ପାଚେରୀ ନିର୍ମାଣ, ଅଧା ରହିଥିବା କାର୍ଯ୍ୟ, ସ୍କୁଲକୋଠା ଆଦି କାର୍ଯ୍ୟକୁ ସାମିଲ ନକରିବା ପାଇଁ ନିଦ୍ଦେର୍ଶ ଦିଆଯାଇଛି। କେବଳ କମ୍ୟୁନିଟିହଲ୍, ମିଶନ୍‌ ଶକ୍ତି କୋଠା, ଲାଇବ୍ରେରୀ, କ୍ରୀଡ଼ା ଭିତିଭୂମି, ସାଂସ୍କୃତିକ କେନ୍ଦ୍ର ଓ ଯୁବକ ସଂଘ ଗୃହ ଆଦି ନିର୍ମାଣ ନିମନ୍ତେ ଅନୁମତି ରହିଛି। ତେଣୁ ମୁଖ୍ୟମନ୍ତ୍ରୀ କେବଳ ଏସବୁ ପ୍ରକଳ୍ପକୁ ହିଁ ଅନୁମୋଦନ କରୁଛନ୍ତି। ତେବେ ଉଦ୍‌ବେଗର ବିଷୟ ହେଉଛି ଭିଡିଓ କନ୍‌ଫରେନ୍ସିଂରେଏସବୁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବାବେଳେ ଅପରପାର୍ଶ୍ୱରେ ଗାଁର ଯେଉଁ ଲୋକମାନେ ଏକଜୁଟ ହେଉଛନ୍ତି ସେମାନେ ସମସ୍ତେ ବିଜେଡିର ସଦସ୍ୟ। ସ୍ଥାନୀୟ ବିଜେଡି ନେତାମାନଙ୍କ ପ୍ରୟାସରେଏସବୁ ହେଉଥିବା ଦେଖିବାକୁ ମିଳୁଛି। ଯାହାକି ବାସ୍ତବ ପକ୍ଷେ ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସହିତ କାର୍ଯ୍ୟକ୍ରମର ପ୍ରଶାସନିକ ଖର୍ଚ୍ଚ(ମୋଟବଜେଟ୍‌ର ୨ପ୍ରତିଶତ) ଯେଉଁ ଢଙ୍ଗରେ ଖର୍ଚ୍ଚ କରାଯାଉଛି ତାହା ମଧ୍ୟ ସନ୍ଦେହ ଘେରରେ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ପକ୍ଷରୁ ମାରାଥନ୍ ଗତିରେ ଅନୁମୋଦିତ ହେଉଥିବା ୧ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଓ ଏହାର କାର୍ଯ୍ୟାଦେଶ କେବଳ ବିଜେଡି କର୍ମୀମାନଙ୍କ ତୁଷ୍ଟୀକରଣ ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଜେଡିର କର୍ମୀଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଏଭଳି ଏକ ପାଖିଆ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେପିର ନିରବତାକୁ ନେଇ ମଧ୍ୟ ପ୍ରଶ୍ନଉଠିଛି।



from OdishaReporter https://ift.tt/2L0JOyN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages