
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛେରାପହଁରାକୁ ସ୍ୱଚ୍ଛ ଭାରତ ସହ ତୁଳନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ! ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ବିଭିନ୍ନ ମହଲରେ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରାଯାଉଥିବା ବେଳେ ସେହି ନିଆଁରେ ଘିଅ ଢାଳିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ।
ସେ କହିଛନ୍ତି- “ବର୍ଷକର ଗୋଟିଏ ଦିନ ଗୁଣ୍ଡିଚାରେ ମହାପ୍ରଭୁ ରତ୍ନ ସିଂହାସନ ଛାଡ଼ି ସିଂହଦ୍ୱାରକୁ ଆସନ୍ତି। ଚଉବାହା ମେଲି ରଥାରୂଢ଼ ହୁଅନ୍ତି। ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ବିଶ୍ୱାସ ଅଛି ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ। ଯଦି କେହି ବେଶୀ ପାପ କରିଥାଆନ୍ତି, ତାହେଲେ ଭିଡ଼ ଠେଲି ରଥର ଦଉଡି ଛୁଇଁଦେଲେ ମୋକ୍ଷ ପ୍ରାପ୍ତି ମିଳିଥାଏ। ମହାପ୍ରଭୁ ରଥାରୂଢ଼ ହେବା ପରେ ଗଜପତି ମହାରାଜା ଛେରାପହଁରା କରିଥାଆନ୍ତି। ଏହାକୁ ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ‘ଝାଡ଼ୁମରା’ ସହିତ ତୁଳନା କରୁଛନ୍ତି, ତାହେଲେ ଏଇଟା ତାଙ୍କର ନିଚ୍ଛକ ଅହଂକାର ବ୍ୟତୀତ ଆଉ କିଛି ନୁହଁ। ସେମାନେ ରାମ ମନ୍ଦିର କଥା କହୁଛନ୍ତି। ରାମ ହେଉଛନ୍ତି ଅବତାରୀ ପୁରୁଷ। ସେ ଈଶ୍ୱର ନୁହଁନ୍ତି। କିନ୍ତୁ ଶ୍ରୀକ୍ଷେତ୍ରରେ ବିରାଜିତ ଶ୍ରୀଜଗନ୍ନାଥ ନିଜେ ଈଶ୍ୱର। କାରଣ ତାଙ୍କର ରୂପ ନାହିଁ।”
from OdishaReporter https://ift.tt/2L0GIuK
No comments:
Post a Comment