ମାଛରେ ଫର୍ମାଲିନ୍‌ ଚିହ୍ନଟ ପାଇଁ ଆସିବ ୩ ଟଙ୍କିଆ କିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ମାଛରେ ଫର୍ମାଲିନ୍‌ ଚିହ୍ନଟ ପାଇଁ ଆସିବ ୩ ଟଙ୍କିଆ କିଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଛରେ ମିଶିଛି କ୍ୟାନସର ସୃଷ୍ଟିକାରୀ ବିଷାକ୍ତ ଫର୍ମାଲିନ୍‌। ଆସାମ ପରେ ଭୁବନେଶ୍ୱରରୁ ଏହାର ପ୍ରମାଣ ମିଳିବା ପରେ ଗ୍ରାହକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ମାଛ କିଣିବାକୁ ସାହସ କରିପାରୁ ନାହାନ୍ତି। କହିବାକୁ ଗଲେ, ମାଛ ମାର୍କେଟ ଏକପ୍ରକାର ଖାଁ ଖାଁ ଦେଖାଯାଉଛି। ଏବେ ଏଥିରୁ ମିଳିବ ନିସ୍ତାର। କାରଣ ଖୁବ୍‌ଶୀଘ୍ର ବଜାରକୁ ଆସୁଛି ମାଛରେ ଫର୍ମାଲିନ୍‌ ଚିହ୍ନଟ ପାଇଁ ସ୍ୱତନ୍ତ୍ର କିଟ୍‌। ଏହାର ମୂଲ୍ୟ ୩ ଟଙ୍କା ଭିତରେ ରହିବ। ଯାହାକୁ ମାଛ ଦେହରେ ଲଗାଇବା ମାତ୍ରେ ତତ୍‌କ୍ଷଣାତ ସୂଚନା ମିଳିଯିବ ବୋଲି କହିଛନ୍ତି କେରଳ ସ୍ଥିତ ସିଆଇଏଫ୍‌ଟିର ବୈଜ୍ଞାନିକ।

ଅନ୍ୟପକ୍ଷରେ ଖାଦ୍ୟରେ କ୍ୟାନସର ସୃଷ୍ଟିକାରୀ ବିଷାକ୍ତ ଫର୍ମାଲିନ୍ ମିଶା ଯାଉଥିବା ଜାଣିବା ପରେ ଚାଲିଛି ତନାଘନା। ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ସହର ବଲାଙ୍ଗିର ଓ ସମ୍ବଲପୁରରେ ଚାଲିଛି ରେଡ୍‌। ସମ୍ବଲପୁରର ବିଭିନ୍ନ ମାଛ ମାର୍କେଟ ଓ ରାସ୍ତା କଡ଼ରେ ବସୁଥିବା ବିକାଳି ଏବଂ ବେପାରୀଙ୍କଠାରୁ ନମୁନା ସଂଗ୍ରହ କରୁଛି ଜିଲ୍ଲା ପ୍ରଶାସନର ଏନଫୋର୍ସମେଣ୍ଟ ଟିମ୍। ତେବେ ଚଢ଼ଉ ବେଳେ ଭୟରେ ମୋତିଝରଣ ଅଞ୍ଚଳରେ କିଛି ଗୋଦାମ ମାଲିକ ଦୋକାନରେ ତାଲା ଦେଇ ପଳାଇ ଯାଇଛନ୍ତି। ସେହିପରି ବଲାଙ୍ଗିରରେ ମଧ୍ୟ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ମାଛ ଦୋକାନ ଉପରେ ରେଡ୍ କରାଯାଇ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ଲ୍ୟାବ୍‌କୁ ପଠାଯାଇଛି।

ମାଛରେ ମିଶୁଛି କ୍ୟାନସର ସୃଷ୍ଟିକାରୀ ବିଷାକ୍ତ ଫର୍ମାଲିନ୍ କଥା ଜଣାପଡିବା ପରେ ଆତଙ୍କରେ ଗ୍ରାହକ। ରାଜଧାନୀରେ ଯେଉଁଠି ପ୍ରତି ପାଳିରେ ପାଖାପାଖି ୨୦ଟନ୍ ମାଛ ଆନ୍ଧ୍ରରୁ ଆସୁଥିଲା, ଏବେ ଆସୁଛି ମାତ୍ର ୫ରୁ ୧୦ ଟନ୍ ଯାହାକୁ ନେଇ ଚିନ୍ତାରେ ବ୍ୟବସାୟୀ।



from OdishaReporter https://ift.tt/2zWcSCL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages