ଧାରା  ୩୭୭ ଉଚ୍ଛେଦ ପ୍ରସଙ୍ଗ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଧାରା  ୩୭୭ ଉଚ୍ଛେଦ ପ୍ରସଙ୍ଗ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

 

ନୂଆଦିଲ୍ଲୀ: ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ସମ୍ୱିଧାନର ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ପୂର୍ବ ରାୟକୁ ସଂରକ୍ଷିତ ରଖିଛନ୍ତି ଗତ ସପ୍ତାହଠାରୁ ଆରମ୍ଭ ହୋଇଥିବା ମାରାଥନ୍‌ ଶୁଣାଣି ପରେ ସୁପ୍ରିମକୋର୍ଟ ଆଜି ଏହି ରୁଲିଂ ଦେଇଛନ୍ତିଆଜି ସର୍ବୋଚ୍ଚ ଅଦାଲତ ସମସ୍ତ ପକ୍ଷକୁ ଶୁକ୍ରବାର ସୁଦ୍ଧା ସତ୍ୟପାଠ ଜରିଆରେ ନିଜର ଜବାବ ଦାଖଲ କରିବାକୁ କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଗୁରୁବାର ନିଜ ପୂର୍ବ ରାୟକୁ ସଂରକ୍ଷିତ ରଖିବା ସହ ଆଜି ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବାକୁ ରାଜି ହୋଇଥିଲେ  

 ଆଜି ଦୀର୍ଘ ୯୦ ମିନିଟ୍‌  ଧରି ଧାରା ୩୭୭କୁ ନେଇ ଉଭୟ ପକ୍ଷ ଯୁକ୍ତି ରଖିଥିଲେ ଆବେଦନକାରୀ ଓକିଲ ମନୋଜ ଗର୍ଗ ଆଜି ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରେ ରଖିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ ସେ କହିଥିଲେ, ସୁପ୍ରିମ୍‌କୋର୍ଟ ୨୦୧୩ରେ ଦେଇଥିବା ରାୟକୁ କାଏମ୍‌ ରଖିବା ଦରକାର କୋର୍ଟ ଏହି ଯୁକ୍ତିକୁ ଦୀର୍ଘ ସମୟ ଧରି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ

 ଗତ ବୁଧବାର କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରି ସବୁ ଦାୟିତ୍ୱ ସୁପ୍ରିମ୍‌କୋର୍ଟଙ୍କ ଉପରେ ନ୍ୟସ୍ତ କରିଥିଲେ କେନ୍ଦ୍ର ସରକାର କହିଥିଲେ, ସୁପ୍ରିମକୋର୍ଟ ଧାରା ୩୭୭ ସମ୍ପର୍କରେ ଯାହା ବି ନିଷ୍ପତି ନେବେ, ସେଥିରେ ସରକାର କୌଣସି ପ୍ରକାରର ହସ୍ତକ୍ଷେପ କରିବେ ନାହିଁ

 

ଉଲ୍ଲେଖଯୋଗ୍ୟ, ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ଯୌନ ସମ୍ପର୍କକୁ ବୈଧ ବୋଲି କହିଥିଲେ ତେବେ ୨୦୧୩ରେ ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠ ସୁରେଶ କୁମାର କୌଶଲ୍ ବନାମ ନାଜ ଫାଉଣ୍ଡେସନ୍‌ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ଏହାକୁ ଅପରାଧ ବୋଲି କହିଥିଲେ ତେବେ ମେ’ ମାସରେ ସୁପ୍ରିମ୍‌କୋର୍ଟ ଧାରା ୩୭୭ର ବୈଧତା ସମ୍ପର୍କରେ ଶୁଣାଣି କରିବେ ବୋଲି ରାଜି ହୋଇଥିଲେ



from OdishaReporter https://ift.tt/2LnHsWN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages